ଭୁବନେଶ୍ୱର: କେହି ସାହା ହେଲେନି ବୋଲି ତାମିଲନାଡ଼ୁରୁ ଓଡ଼ିଶା ଚାଲି ଆସିଥିଲେ ସି.ଆର୍. ସୁବ୍ରମଣ୍ୟମ(୭୮)। ଏକୁଟିଆ ଜିଇଁବାକୁ ଚେଷ୍ଟା କରୁଥିଲେ। ହେଲେ ସଂକ୍ରମଣ ଯୋଗୁଁ ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ତାଙ୍କୁ ଥୟ କରି ରଖିପାରିଲା ନାହିଁ। ଚିକିତ୍ସା ଆଶାରେ ସେ ଟ୍ରେନ୍ରେ ବରଗଡ଼ରୁ ସିଧା ଆସି ଭୁବନେଶ୍ୱରରେ ପହଞ୍ଚି ଯାଇଥିଲେ। ରେଳ ଷ୍ଟେସନ୍ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଶେଷରେ ଜଣେ ସହୃଦୟ ବ୍ୟକ୍ତି ଫୋନ୍ କରିବାରୁ ବିଏମ୍ସି ଅଧୀନ ଓଡ଼ିଶା ପତିତା ଉଦ୍ଧାର ସମିତି ପରିଚାଳିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀର ସ୍ୱେଚ୍ଛାସେବୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିରାଶ୍ରିତ ଓ୍ଵାର୍ଡରେ ଭର୍ତି କରାଯାଇଥିଲା। ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀଙ୍କ ସୂଚନା ମୁତାବକ କିଛି ବ୍ୟକ୍ତି ରେଳ ଷ୍ଟେସନ୍ ପାଖ ସୂଚନା ଫଳକରୁ ଫୋନ୍ ନମ୍ବର ନେଇ ଯୋଗାଯୋଗ କରିଥିଲେ। ବର୍ତମାନ ତାଙ୍କର ଚିକିତ୍ସା ସରିଥିବାରୁ ସେ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ସୁସ୍ଥ ହେଲେ ତାଙ୍କ ବାବଦରେ ସବିଶେଷ ବୁଝି ରହିବାର ବନ୍ଦୋବସ୍ତ କରାଯିବ ନଚେତ ତାଙ୍କ ଇଚ୍ଛା ମୁତାବକ ଠିକଣାରେ ପହଞ୍ଚାଇ ଦିଆଯିବ।
ସଂକ୍ରମଣ ଅବସ୍ଥାରେ ଉଦ୍ଧାର କଲେ ସ୍ୱେଚ୍ଛାସେବୀ
ବୃଦ୍ଧଙ୍କୁ ସାହା ହେଲା ବିଏମ୍ସି
/sambad/media/post_attachments/wp-content/uploads/2018/08/brudhanku-saha-hela-bmc-photo-satya.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)