ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନୂଆପଲ୍ଲୀ ଓ୍ଵାର୍ଡ ନମ୍ବର ୩୭ରେ ୧୦ଦିନର ଦୁର୍ଗନ୍ଧଯୁକ୍ତ ଅଳିଆକୁ ରାସ୍ତାପାର୍ଶ୍ୱରୁ ବିଏମ୍ସି ଗୁରୁବାର ସଫା କରିଛି। ତେବେ ଅଳିଆ ପଡ଼ିଥିବା କଥା ବିଏମ୍ସି/ରାମକୀ ସମସ୍ତଙ୍କୁ ଜଣାଇଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ ବୋଲି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଥିଲେ। ଶେଷରେ ଏଥିରେ ଉତ୍ତେଜିତ ହୋଇ ଯୁବ ଓଡ଼ିଶାର ସଭାପତିଙ୍କ ନେତୃତ୍ୱରେ ଆଶା ଓ ସ୍ଥାନୀୟବାସୀ ୧୦ଦିନର ଅଳିଆ ଆବର୍ଜନାକୁ ରାସ୍ତାପାର୍ଶ୍ୱରୁ ଆଣି ରାସ୍ତା ମଝିରେ ପକାଇ ସେହି ଅଳିଆ ଉପରେ ଚାଲି ବିରୋଧ ପ୍ରଦର୍ଶନ କରିବା ସହିତ ଏହି ଅଳିଆ ସହିତ ସମସ୍ତଙ୍କୁ ଅଭ୍ୟସ୍ତ ହୋଇଯିବାକୁ ଅନୁରୋଧ କରିବେ ବୋଲି କହିଥିଲେ।
ତେବେ ଏଭଳି ପରିସ୍ଥିତି ସମ୍ପର୍କରେ ଖବର ପାଇ ବିଏମ୍ସି ଅଫିସର ଓ ରାମକୀ ଷ୍ଟାଫ୍ମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଶାନ୍ତ ରହିବାକୁ କହିଥିଲେ। ୨ଘଣ୍ଟା ଭିତରେ ୧୦ଦିନର ଅଳିଆଆବର୍ଜନାକୁ ରାସ୍ତା ଉପରୁ ଉଠାଇ ସଫା କରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/43599324_2206470826301292_3296895769189023744_n.jpg)