ବିଏମ୍‌ସିରେ ଖୋଲିଛି ବହୁ ବିଭାଗୀୟ କଣ୍ଟ୍ରୋଲ ରୁମ୍‌ : ୨୪ ଘଣ୍ଟାରେ ୩୦ ଅଭିଯୋଗ

ଭୁବନେଶ୍ୱର : ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇବା ପରେ ରାଜଧାନୀବାସୀଙ୍କୁ ଜଳବନ୍ଦୀ ଜନିତ ସମସ୍ୟାରୁ ମୁକୁଳାଇବା ପାଇଁ ବିଏମ୍‌ସିରେ ବହୁ ବିଭାଗୀୟ କଣ୍ଟ୍ରୋଲ ରୁମ୍‌ ଖୋଲିଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, ବିଏମ୍‌ସି, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ ଓ ସେସୁର ଅଧିକାରୀମାନେ ସାମିଲ୍‌ ହୋଇଛନ୍ତି। କଣ୍ଟ୍ରୋଲ ରୁମ୍‌ ଖୋଲିବାର ୨୪ଘଣ୍ଟା ମଧ୍ୟରେ ୩୦ଟି ଅଭିଯୋଗ ଆସିଥିବା ବେଳେ ସମସ୍ତ ଅଭିଯୋଗର ଶୁଣାଣି ହୋଇଛି।

ପ୍ରବଳ ବର୍ଷାକୁ ନଜରରେ ରଖି ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ୩୦ଟି ପମ୍ପ୍‌ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ବେଳେ ଜଳବନ୍ଦୀ ଅଞ୍ଚଳରେ ୧୫ଟି ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଛି। ଏହାସହ ପୂର୍ତ୍ତ ବିଭାଗର ୬ଟି ଜେସିବି ସାହାଯ୍ୟରେ ଗଙ୍ଗନଗର ଛକ, ରାଜମହଲ ଛକ, ପୁରୁଣା ଭୁବନେଶ୍ୱର ଅଞ୍ଚଳ, ପୁରୁଣା ବିମାନବନ୍ଦର ଛକ, ସାମନ୍ତରାପୁର, କପିଳପ୍ରସାଦ ଏବଂ ଜଟଣୀ ମଧ୍ୟରେ ଥିବା ପ୍ରଧାନ ସାହି ଛକରେ ବିଭିନ୍ନ ସ୍ଥାନରେ ଏହା ନିୟୋଜିତ ହୋଇଥିଲା। ଅପରପକ୍ଷେ ଆଜି ବିଏମ୍‌ସି ବିଡିଏ ପକ୍ଷରୁ ମୁଖ୍ୟ ଡ୍ରେନ୍‌ ୯ ନିକଟରେ ଥିବା ଜଗମୋହନ ନଗର ଏବଂ ଟଙ୍କପାଣି ରାସ୍ତା ନିକଟରେ ଥିବା ସାଇମନ୍ଦିର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇଛି।

ସମ୍ବନ୍ଧିତ ଖବର