ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା, ସୂଚନା ଦେଲେ ବିଏମସି କମିସନର

ଭୁବନେଶ୍ବର: ରାଜଧାନୀରେ ଏବେ ପ୍ରତିଦିନ ବଢିବାକୁ ଲାଗିଛି କରୋନା ସଂକ୍ରମଣ । ଗତ ୩/୪ ଦିନ ହେଲା ଭୁବନେଶ୍ୱରରୁ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା ଅଛି । କୋଭିଡ୍ ସମ୍ପର୍କୀତ ସୂଚନା ଦେଇ ଆଜି ଏଭଳି କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ ।

ତାଙ୍କ କହିବା ମୁତାବକ, ଭୁବନେଶ୍ୱରରେ ଏବେ ୯୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି ଅଛି । ତା ସହିତ ୫୦ ପ୍ରତିଶତ ଏଚଡିୟୁ ଏବଂ ସାଧାରଣ ବେଡ୍ ମଧ୍ୟ ଫାଙ୍କା ଅଛି ବୋଲି ବିଏମସି କମିସନର କହିଛନ୍ତି । ଅନ୍ୟପଟେ ଭୁବନେଶ୍ୱରରୁ ଏବେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେ ଭିତରୁ ପ୍ରାୟତଃ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆସନ୍ତା ସୋମବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସାବାଳକ ଟିକାକରଣ । ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଲୋକମାନେ ରେଜିଷ୍ଟ୍ରେସନ କରିବା ପରେ ନିଜର ସିଡ୍ୟୁଲ କରି ଆସି ଟିକା ନେଇପାରିବେ । ଏଥିପାଇଁ ଆଜି କିଛି ଟିକା କେନ୍ଦ୍ରରେ ଟିକାର ଡ୍ରାଏରନ୍ ହୋଇଛି ।

ସମ୍ବନ୍ଧିତ ଖବର