ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ବକେୟା ହୋଲଡି˚ ଟିକସ ଆଦାୟ ପାଇଁ ସ୍ବତନ୍ତ୍ର ରଣନୀତି କରି ଟିଜି ସ୍ବୀକୃତିଗ୍ରୁପ୍କୁ ବକେୟା ଟିକସ ଆଦାୟ ନିମନ୍ତେ ନିୟୋଜିତ କରାଯାଇଥିଲା। ତେବେ ବାରମ୍ବାର ନୋଟିସ୍ ଦେବା ପରେ ବି ଶୁଣୁ ନଥିବା ବଡ ଖିଲାପକାରୀଙ୍କୁ ଆଜି ରେଡ୍ ନୋଟିସ୍ ପଠାଯାଇଛି। ସମୁଦାୟ ୩୬୪ ଜଣଙ୍କୁ ଏହି ରେଡ୍ ନୋଟଇସ୍ ଜାରି ହୋଇଥିବା ବେଳେ ଏହାର ସମୁଦାୟ ବକେୟା ପରିମାଣ ୧୧ କୋଟିରୁ ଅଧିକ ବୋଲି ବିଏମ୍ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି। ଏ ସମସ୍ତଙ୍କ ଉପରେ ୧୦ ହଜାରରୁ ଅଧିକ ବକେୟା ରହିଥିବା ସେ ସୂଚନା ଦେଇଛନ୍ତି।
ଗତ ଡିସେମ୍ବର ୨୦୧୯ରେ ଉକ୍ତ ବ୍ୟକ୍ତିମାନଙ୍କୁ ବିଏମ୍ସି ନୋଟିସ୍ ଦେଇଥିଲା। ତେବେ ସେମାନେ ନ ଶୁଣିବାରୁ ଆଜି ସେମାନଙ୍କ ନାମରେ ରେଡ୍ ନୋଟିସ୍ ପଠାଯାଇଛି। ଆସନ୍ତା ୨୮ ତାରିଖ ସୁଦ୍ଧା ଦେୟ ପଇଠ ନକଲେ ସେମାନଙ୍କ ଉପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ ଡିମାଣ୍ତ ରିକଭରି ଆକ୍ଟ-୧୯୬୨ ଅନୁଯାୟୀ ସାର୍ଟିଫିକେଟ୍ ମକଦ୍ଦମା ରୁଜୁ କରାଯିବ। ଏଥିସହ ଓଡ଼ିଶା ମ୍ୟୁନିସିପାଲ୍ ଆଇନ୍ ୨୦୦୩କୁ ଭିତ୍ତି କରି ସେମାନଙ୍କ ନାମରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବ। ଆଜି ଟିଜି ସ୍ବୀକୃତି ଗ୍ରୁପ୍ ବିଭିନ୍ନ ଖିଲାପକାରୀଙ୍କଠାରୁ ୩ ଲକ୍ଷ ୭୩ ହଜାର ୪୦୬ ଟଙ୍କା ଆଦାୟ କରିଛନ୍ତି। ଏଥିସହ ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ବାଡ୍ ଖାରବେଳନଗର, ବିଗ୍ ବଜାର ଓ ଶୁଭମ୍ ମାର୍କେଟ(ୱାର୍ଡ-୪୧)ରୁ ୪୭ ହଜାର ୫୦୦ ଆଦାୟ କରିଛନ୍ତି। ଏହାବ୍ୟତୀତ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଗ୍ରୁପ୍ ମଧ୍ୟ ୬ ହଜାର ୫୦୦ଟଙ୍କା ଆଦାୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/BMC-Office-Building.jpeg)