ଭୁବନେଶ୍ୱର: ମଙ୍ଗଳବାର ବିଏମସି ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ସଫ୍ଟଓୟାର କମ୍ପାନି ଟେକ୍‌ ମହିନ୍ଦ୍ରାକୁ ସିଲ୍‌ କରିଛି। ଗତ ୩ ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ ଟେକ୍‌ ମହିନ୍ଦ୍ରାକୁ ବିଏମସି କର୍ତ୍ତୃପକ୍ଷ ସିଲ୍‌ କରିଛନ୍ତି। ଆଜିଠାରୁ ପୁରା ବିଲ୍ଡିଂ ସିଲ୍‌ କରାଯିବା ସହ ୨୦ତାରିଖ ଯାଏଁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬୭ଜଣ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା କରାଯିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି ।

Advertisment

ରାଜ୍ୟରେ ଆଜିଠାରୁ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହେଉଛି । ପ୍ରଥମେ ଗଞ୍ଜାମ ଓ କଟକକୁ ଫୋକସ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଦେହରେ ନିର୍ଦ୍ଦିଷ୍ଟ ରୋଗକୁ ନେଇ କ’ଣ ପ୍ରତିରୋଧକ ଶକ୍ତି ରହିଛି, ତାହା ଜାଣିବା ପାଇଁ ଏହି ଆଣ୍ଟିଜେନ୍‌ ପରୀକ୍ଷା କରାଯାଏ । ଏବେ ଓଡ଼ିଶାରେ କେତେ ଜଣଙ୍କ ଦେହରେ କରୋନା ହୋଇ ଭଲ ହୋଇଯାଇଛି ତାହା ଜାଣିବା ପାଇଁ ଆଣ୍ଟିଜେନ୍‌ ଟେଷ୍ଟ କରାଯାଏ । ପ୍ରଥମ ଦଫାରେ ୫ ହଜାର ଆଣ୍ଟିଜେନ୍‌ ଟେଷ୍ଟିଂ କିଟ୍‌ ଆସିଛି । ଦ୍ୱିତୀୟ ଦଫାରେ ୨୦ ହଜାର ଆଣ୍ଟିଜେନ୍‌ ଟେଷ୍ଟିଂ କିଟ୍‌ ଆସିବ । ଆବଶ୍ୟକ ପଡିଲେ ରାଜ୍ୟକୁ ଆହୁରି ଟେଷ୍ଟିଂ କିଟ୍‌ ଆସିବ ବୋଲି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

publive-image

ଗଂଜାମ ଜିଲ୍ଲାକୁ ୨ ହଜାର ୫ଶହ କିଟ୍‌ ଯାଇଛି । ଏହି କିଟ୍‌ ବ୍ୟବହାର କରି ମାତ୍ର ୪୫ ମିନିଟ୍‌ ଭିତରେ ଜଣାପଡିବ କି ବ୍ୟକ୍ତି ଜଣକ କୋଭିଡ ୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ନା ନୁହଁନ୍ତି । ତେବେ ବର୍ତ୍ତମାନ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଆଣ୍ଟିଜେନ୍‌ ଟେଷ୍ଟ ଦ୍ୱାରା ଜଣାପଡିବ ନାହିଁ । ପୂର୍ବରୁ ସେ ଏଥିରେ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଜଣାପଡିବ। ଏହାର ସବୁଠାରୁ ବଡ଼ ଲାଭ ହେଉଛି, ଜନସଂଖ୍ୟାର କେତେ ଭାଗକୁ ମହାମାରୀ ବ୍ୟାପିଛି ତାହା ଜଣାପଡିଯିବ । ଏହା ଛଡା ସେହି ଅଂଚଳରେ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ  ଶକ୍ତି ବିଷୟରେ ମଧ୍ୟ ଆକଳନ କରାଯାଇପାରିବ ।