୩ ମାସରେ ୭୦ କ୍ବିଣ୍ଟାଲ୍‌ ‘ମୋ ଖତ’ ବିକିଛି ବିଏମ୍‌ସି: ଓୟୁଏଟି ଓ ବିଡିଏ କିଣିଛନ୍ତି ୧୫ କ୍ବିଣ୍ଟାଲ୍‌

ଭୁବନେଶ୍ବର: ଜାନୁଆରି ୮ରୁ ରାଜଧାନୀରେ ଆରମ୍ଭ ହୋଇଥିବା ‘ମୋ ଖତ’ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ସା‌ଧାରଣ ଲୋକ ଓ ସରକାରୀ ସଂସ୍ଥା ଏବେ ବିଏମ୍‌ସିରୁ ମୋ ଖତ କିଣୁଛନ୍ତି। ତିନି ମାସରେ ବିଏମ୍‌ସି ୭୦ କ୍ବିଣ୍ଟାଲ୍‌ ମୋ ଖତ ବିକିଥିବା ଜଣାପଡ଼ିଛି।
ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରାଜଧାନୀରେ ଏବେ ୮ଟି କମ୍ପୋଷ୍ଟ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ସେଥିରୁ ଦୈନିକ ଖତ ବାହାରୁଛି। ଆଉ ୮ଟି ୧ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ୭ଦିନ ମଧ୍ୟରେ ଆଉ ୨୦ କ୍ବିଣ୍ଟାଲ୍‌ ଖତ ବାହାରିବ। ଏହାକୁ ମୋ ଖତ କାଉଣ୍ଟରରେ ବିକ୍ରି କରାଯିବ। ସେହିପରି ଓୟୁଏଟି ଓ ବିଡିଏ ବିଏମ୍‌ସିରୁ ୧୫ କ୍ବିଣ୍ଟାଲ ଖତ କିଣିଛନ୍ତି। ସରକାରୀ ସଂସ୍ଥା ବିଏମ୍‌ସିରୁ ଖତ କିଣିଲେ ଖତ ବିକ୍ରିଜନିତ ସମସ୍ୟା ରହିବନି। ଯେଉଁମାନେ ଖତ ନେବାକୁ ଚାହୁଁଛନ୍ତି, ସେମାନେ ଅନ୍‌ଲାଇନ୍‌ରେ ଅର୍ଡର ଦେବା ପାଇଁ ୭୮୧୫୦୪୨୩୩୧ ନମ୍ବରରେ ଫୋନ୍‌ କରି ଦିନ ୧୦ଟାରୁ ସଂଧ୍ୟା ୬ଟା ମଧ୍ୟରେ ମୋ‌ ଖତ ସଂଗ୍ରହ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର