ଭୁବନେଶ୍ୱର : କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଶଯ୍ୟା ମିଳୁ ନଥିବା ନେଇ ଅଭିଯୋଗ ବଢ଼ି ଚାଲିଥିବାରୁ ସ୍ବାସ୍ଥ୍ୟ ବିଭାଗ ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଶଯ୍ୟା ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି। ଏହାପରେ ବିଏମ୍ସି ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ଏସ୍ଓପି ଜାରି ହୋଇଛି। ବିଏମ୍ସି ପକ୍ଷରୁ ଜାରି ହୋଇଥିବା ଏସ୍ଓପି ଅନୁଯାୟୀ, ୩୦ରୁ ଅଧିକ ଶଯ୍ୟା ଥିବା ହସ୍ପିଟାଲରେ ୫୦% ସାଧାରଣ ଶଯ୍ୟା ଏବଂ ୮୦% ଆଇସିୟୁ ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରହିବ। ଘରୋଇ ହସ୍ପିଟାଲ ଯେପରି ଏହି ନିୟମ ମାନି ରୋଗୀଙ୍କୁ ଚିକିତ୍ସା ଯୋଗାଇବେ ଏବଂ କୌଣସି ଆକ୍ରାନ୍ତଙ୍କୁ ଫେରାଇବେନି, ସେଥିପାଇଁ ବିଏମ୍ସି ସ୍କ୍ବାଡ୍ ଯାଞ୍ଚ କରିବ। ଏଥିପାଇଁ ୟୁନିଟ-୩ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଅର୍ପିତା ଶୁଭଦର୍ଶିନୀଙ୍କ ନେତୃତ୍ବରେ ଏକ ସ୍କ୍ବାଡ୍ ଗଠନ ହୋଇଛି। ଏଥିରେ ଏନଫୋର୍ସ ଇନ୍ସପେକ୍ଟର କିଶୋର କୁମାର ରାଉତରାୟ ଏବଂ ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ ମାନସ ରଂଜନ ବିଶ୍ବାଳ ସଦସ୍ୟ ଅଛନ୍ତି। ଏହି ସ୍କ୍ବାଡ୍ ବିଭିନ୍ନ ହସ୍ପିଟାଲକୁ ଯାଇ ବିଏମ୍ସି ଏସ୍ଓପି ଅନୁଯାୟୀ ବ୍ୟବସ୍ଥା ହୋଇଛି କି ନାହିଁ, ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି କି ନାହିଁ ଯାଞ୍ଚ କରିବେ।
ଘରୋଇ ହସ୍ପିଟାଲ ପାଇଁ ବିଏମ୍ସି ଜାରି କଲା ଏସ୍ଓପି, ୫୦% ୱାର୍ଡ, ୮୦% ଆଇସିୟୁ ବେଡ୍ ରହିବ
/sambad/media/post_attachments/wp-content/uploads/2020/09/BMC_TNIE.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)