ମଶା ଧୂଆଁ ମାରିଲା ବିଏମ୍‌ସି

ଭୁବନେଶ୍ବର: ରାଜଧାନୀରେ ଏବେ ବିଭିନ୍ନ ଅଞ୍ଚଳରେ ଭଙ୍ଗା ଡାଳ, ଆବର୍ଜନା ପଡ଼ିଥିବାବେଳେ ମଶା ବ୍ୟାପିଲେଣି। ସବୁଆଡ଼େ ମଶାଙ୍କ ଦୌରାତ୍ମ୍ୟ ବଢ଼ିଯାଇଥିବାରୁ ଡେଙ୍ଗୁ, ‌ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲାଣି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଆଜି ଗୋସାଗରେଶ୍ବର, ଆନ୍ନି ହାଉସ୍‌ ଛକ, ଭୀମଟାଙ୍ଗି ବିଡିଏ କଲୋନି ଅଞ୍ଚଳରେ ଫଗିଂ (ମଶା ଧୂଆଁ ମାରିବା) କରାଯାଇଛି। ଆଗକୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଫଗିଂ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର