ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଶନିବାର ସ୍ବାୟତ୍ତ ଶାସନ ଦିବସ ପାଳନ କରିବ। ସକାଳ ୮ଟା ୩୦ରେ ବିଏମ୍ସି ପ୍ରଶାସକ ସଂଗ୍ରାମଜିତ୍ ନାୟକ ନିଗମ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉାତ୍ତୋଳନ କରିବେ। ଏହି ଉପଲକ୍ଷେ ବିଏମ୍ସି ରାଜଧାନୀବାସୀଙ୍କୁ ପ୍ରାୟ ୪୦କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାକୁ ଯୋଜନା କରିଛି। ୬୭ଟି ଯାକ ୱାର୍ଡରେ ନିର୍ମାଣ ହୋଇଥିବା ୬୭ଟି ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ୪୩ଟି ୱାର୍ଡରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ନୂଆ କରି ନିର୍ମାଣ ହୋଇଥିବା ୧୫ଟି ପାର୍କ ଯଥା ୱାର୍ଡ ନମ୍ବର ୧ରେ ଦୁଇଟି, ୭ ନମ୍ବର ୱାର୍ଡରେ ୩ଟି, ୱାର୍ଡ ନମ୍ବର ୮, ୯, ୧୪, ୧୫, ୧୬, ୨୨, ୨୫, ୩୮,୪୯, ୪୪ରେ ଗୋଟିଏ ଲେଖାଏ ପାର୍କର ଉଦ୍ଘାଟନ କରାଯିବ। ରଙ୍ଗମାଟିଆ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ଉନ୍ନତୀକରଣର ଉଦ୍ଘାଟନ, ୧୩ ନମ୍ବର ୱାର୍ଡରେ ହୋମିଓପାଥି ଡାକ୍ତରଖାନା ଗୃହର ଉଦ୍ଘାଟନ ଓ ଚନ୍ଦ୍ରଶେଖରପୁର ବିଡିଏ କଲୋନିଠାରେ ଗୋଷ୍ଠୀ କେନ୍ଦ୍ରର ଉଦ୍ଘାଟନ କରାଯିବ। ୧୪ ନମ୍ବର ୱାର୍ଡରେ ଗୋଷ୍ଠୀ କେନ୍ଦ୍ରର ଉଦ୍ଘାଟନ, ୱାର୍ଡ ନମ୍ବର ୪୬ର ୟୁନିଟ୍-୬ କଲ୍ୟାଣ ମଣ୍ଡପ ପ୍ରଥମ ମହଲାର ଉଦ୍ଘାଟନ, ୱାର୍ଡ ନମ୍ବର ୨୩ର ସମ୍ ହସ୍ପିଟାଲଠାରୁ ବିଡିଏ କଲୋନି ରାସ୍ତା ଆଲୋକୀକରଣର ଉଦ୍ଘାଟନ ହେବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ବିଏମ୍ସି ପାଳିବ ସ୍ବାୟତ୍ତ ଶାସନ ଦିବସ
/sambad/media/post_attachments/wp-content/uploads/2019/06/bmc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)