ପୋଷା କୁକୁର ରଖୁଛନ୍ତି ତ, ବିଏମସିର ଅନୁମତି ନିଅନ୍ତୁ

ଭୁବନେଶ୍ବର: ପୋଷା କୁକୁର ରଖୁଛନ୍ତି ତ ବିଏମସିର ଅନୁମତି ନିଅନ୍ତୁ। ଏହା କହିଛନ୍ତି ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ। ସେ କହିଛନ୍ତି, ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମସି ପାଖରେ ପଞ୍ଜିକରଣ କରିବାକୁ ହେବ। ନଚେତ କୁକୁର ରଖିବାକୁ ମିଳିବନି ଅନୁମତି। ଖୁବଶ୍ରୀଘ୍ର ଏନେଇ ଏସଓପି ଆସିବ। ପୋଷା କୁକୁର ରଖିବାକୁ ନେଇ ଇନଫୋସିଟି ଅଂଚଳରେ ତୁମୁଳକାଣ୍ଡ ହେବା ପରେ ବିଏମସି ନୂଆ ଗାଇଡଲାଇନ ଆଣିବାକୁ ଯାଉଛି ବୋଲି ସେ କହିଛନ୍ତି।

ପୋଷା କୁକୁର ରଖିବା ପାଇଁ ପଞ୍ଜିକରଣଠାରୁ ଆରମ୍ଭ କରି କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନରେ ବ୍ୟବସ୍ଥା ରହିବ। କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇ ହେବ ଓ ଏଥିପାଇଁ କ’ଣ ସବୁ ନିୟମ ରହିବ ତାହା ବି ଏସଓପିରେ ରଖାଯିବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର