ଆସନ୍ତାକାଲି ଠାରୁ ବାତ୍ୟା ପ୍ରଭାବିତ ଭୁବନେଶ୍ୱର ବାସିନ୍ଦାଙ୍କୁ ରିଲିଫ ବାଣ୍ଟିବ ବିଏମ୍‌ସି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବ ପରେ ଭୁବନେଶ୍ୱରର ମାନଚିତ୍ର ସଂପୂର୍ଣ୍ଣ ରୂପେ ବଦଳି ଯାଇଛି। ସବୁଜ ଓ ସ୍ମାର୍ଟ ଭୁବନେଶ୍ୱର ତା’ର ପୂର୍ବ ସୁନ୍ଦରତା ହରାଇ ଦେଇଛି। ବିପନ୍ନ ଲୋକେ ବିଦ୍ୟୁତ, ପାଣି ଓ ଖାଦ୍ୟ ସାମଗ୍ରୀ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ସୋମବାର ଠାରୁ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ବାଣ୍ଟିବ।

ବିଏମସି ଅତିରିକ୍ତ କମିସନର ରାଜେନ୍ଦ୍ର କୁମାର ପଟ୍ଟନାୟକ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବିଏମସିର ୬୭ଟି ଓ୍ଵାର୍ଡରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ (ଏନଏଫଏସଏ) ନିୟମ ଅନୁସାରେ ବିପନ୍ନ ପରିବାରକୁ ୫୦ କିଲୋ ଲେଖାଏଁ ଚାଉଳ ବଣ୍ଟାଯିବ। ବିପନ୍ନ ପରିବାରକୁ ଜିନିଷପତ୍ର କଣିବା ପାଇଁ ୨ ହଜାର ଟଙ୍କା ଓ ପଲିଥିନ କିଣିବା ପାଇଁ ୫୦୦ ଟଙ୍କା ସହାୟତା ମିଳିବ। ରାଜସ୍ୱ ନିରୀକ୍ଷକ ଏବଂ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଚିହ୍ନଟ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର