ଭୁବନେଶ୍ବର : ଯେଉଁମାନେ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି କିମ୍ବା ଚଲାବୁଲା କରିପାରୁନାହାନ୍ତି ସେମାନଙ୍କ ଘରକୁ ଯାଇ ବିଏମ୍ସି ଟିକା ଦେବ। ଏଥିପାଇଁ ୧୯୨୯ ନମ୍ବରରେ ଫୋନ୍ କରି ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ହେଲେ ବିଏମ୍ସି ପକ୍ଷରୁ ଏନେଇ ଯେଉଁ ଟୁଇଟ୍ କରାଯାଇଛି ତାହା ଦ୍ବନ୍ଦ୍ବ ସୃଷ୍ଟି କରିଛି।
ବିଏମ୍ସି ପକ୍ଷରୁ ହୋଇଥିବା ଟୁଇଟ୍ରେ କୁହାଯାଇଛି ଯେ, ଶଯ୍ୟାଶାୟୀ ଓ ଚାଲି ପାରୁନଥିବା ଲୋକଙ୍କୁ ଘର ପାଖରେ ଟିକା ଦିଆଯିବ। ଘର ପାଖରେ ମାନେ ଘର ବାହାରେ ନା ଘର ପାଖ ଟିକାଦାନ କେନ୍ଦ୍ରରେ ତାହା ଦ୍ବନ୍ଦ୍ବ ସୃଷ୍ଟି କରିଛି। ଯଦି ଘର ପାଖରେ ଟିକା ଦିଆଯିବ ଓ ଶଯ୍ୟାଶାୟୀ ଲୋକଙ୍କୁ ଉଠାଇକି ବାହାରକୁ ଅଣାଯିବ ତେବେ କ’ଣ ଉଠାଇକି ଟିକାଦାନ କେନ୍ଦ୍ରକୁ ନିଆଯାଇପାରିବନି? ଏନେଇ ୧୯୨୯ ନମ୍ବରରେ ଫୋନ୍ କରିବାରୁ ଜଣାପଡ଼ିଛି ଯେ, ବିଏମ୍ସି ଶଯ୍ୟାଶାୟୀ ଲୋକଙ୍କୁ ଘରେ ଯାଇ ଟିକା ଦେବ। ହେଲେ ଘରେ ଟିକା ଦେଇ ଯଦି ସ୍ବାସ୍ଥ୍ୟକର୍ମୀ ପଳାଇ ଆସିବେ ଏବଂ ତାଙ୍କର କିଛି ଅସୁବିଧା ହେଲା ତେବେ ସେଥିପାଇଁ କିଏ ଦାୟୀ ରହିବେ?