ଭୁବନେଶ୍ୱର : ରାଜଧାନୀରେ ଜବରଦଖଲ ଏବେ ପ୍ରଶାସନର ନିଦ ହଜାଇ ଦେଲାଣି। ଯେଉଁଠି ସକାଳେ ଜବରଦଖଲ ଉଚ୍ଛେଦ ହେଉଛି ସେଠାରେ ଅପରାହ୍ଣରେ ପୁଣି ନୂଆ ନିର୍ମାଣ ଗଢ଼ି ଉଠୁଛି। ଏପରିକି ରାସ୍ତାକଡ଼, ଫୁଟପାଥ୍ ଆଦିରୁ ଯେତେ ଥର ଜବରଦଖଲ ଉଚ୍ଛେଦ କଲେ ବି ଏହି ଅଞ୍ଚଳ ଜବରଦଖଲ ମୁକ୍ତ ହେଉନି। ଏହି ଜବରଦଖଲ ଉଚ୍ଛେଦ କରିବାକୁ ଯେତିକି ସମୟ ଲାଗୁନି ତାହାଠାରୁ ଅଧିକ ସମୟ ଜବରଦଖଲକାରୀ ବ୍ୟକ୍ତି ଓ ଉଠା ଦୋକାନୀଙ୍କୁ ବୁଝାଇବାରେ ଯାଉଛି। ଜବରଦଖଲ ସମୟରେ ବିଏମ୍ସି ଓ ବିଡିଏ ଅଧିକାରୀ ଆଉ ଲୋକଙ୍କୁ ବୁଝାଇବେନି। କେବଳ ସତର୍କ ସୂଚନା ଦେବେ। ଏହାପରେ ଏସକ୍ଲାଭେଟର୍ ଲଗାଇ ଜବରଦଖଲକୁ ମାଟିରେ ମିଶାଇ ଦେବେ। ଜବରଦଖଲ ପୂର୍ବରୁ ସୂଚନା ଦେବା ପାଇଁ ଏକ ‘ଘଣ୍ଟା ଗାଡ଼ି’ ବୁଲିବ। ଆଜି ଏହି ଘଣ୍ଟା ଗାଡ଼ିକୁ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ମେୟର ଅନନ୍ତ ନାରାୟଣ ଜେନା ଲୋକାର୍ପିତ କରିଛନ୍ତି।
ରାସ୍ତାକଡ଼ ଏବଂ ଫୁଟ୍ପାଥ୍କୁ ଜବରଦଖଲ ମୁକ୍ତ କରିବା ପାଇଁ ବିଏମ୍ସି ପକ୍ଷରୁ ଆଜି ଏହି ଅଭିନବ ପଦକ୍ଷେପ ନିଆଯାଇଛି। ବିଏମ୍ସିର ସମସ୍ତ ୩ଟି ଯାକ ଜୋନ୍ ଅନ୍ତର୍ଗତ ମୁଖ୍ୟ ରାସ୍ତା ଏବଂ ଫୁଟ୍ପାଥ୍କୁ ମାଡ଼ି ବସୁଥିବା ବେଆଇନ ଉଠାଦୋକାନୀଙ୍କ ବିରୋଧରେ ପଦକ୍ଷେପ ନେବ ଏହି ଗାଡ଼ି। ଜବରଦଖଲ ମୁକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍ ଏହି ଘଣ୍ଟାଗାଡ଼ି ସହ ବୁଲିବ। ବିଭିନ୍ନ ସ୍ଥାନରେ ଏହି ଗାଡ଼ି ଆସିବା ବେଳେ ଘଣ୍ଟି ଶବ୍ଦ ଶୁଣି ଆଗୁଆ ସତର୍କ ହୋଇ ପାରିବେ ଉଠା ଦୋକାନୀମାନେ। ସଂପ୍ରତି ଜବରଦଖଲ ଅଭିଯାନ ବେକେ ସ୍କ୍ଵାଡ୍ର ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ଦୋକାନୀମାନଙ୍କୁ ସୂଚନା ଦେଉଛନ୍ତି। ଏହା ଅଧିକ ସମୟ ସାପେକ୍ଷ ଏବଂ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି। ଅହମ୍ମଦାବାଦ, କୋଲକତା ଏବଂ ଅନ୍ୟାନ୍ୟ କେତେକ ସହରରେ ଏହିଭଳି ନିଆରା ଢଙ୍ଗରେ ଉଚ୍ଛେଦ ଅଭିଯାନ ଫଳପ୍ରଦ ହୋଇଛି। ଏହାକୁ ନଜରରେ ରଖି ବିଏମ୍ସି ଏହିଭଳି ଅଭିଯାନ ଆରମ୍ଭ କରିଛି।
ବିଏମ୍ସିର ୩ଟି ଜୋନ୍ରେ ଉଚ୍ଛେଦକାରୀ ଦଳ ରହିଥିବା ବେଳେ କେବଳ ଫୁଟ୍ପାଥ୍ ଏବଂ ରାସ୍ତାକଡ଼ ଜବରଦଖଲ ସମସ୍ୟାକୁ ଦୂର କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଗାଡ଼ି ପ୍ରତ୍ୟେକ କାର୍ଯ୍ୟ ଦିବସରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉଚ୍ଛେଦ ଅଭିଯାନକୁ ଜୋରଦାର କରିବା ନେଇ ସ୍ଥିର ହୋଇଛି।
ସହର ସାରା ବୁଲିବ ଘଣ୍ଟା ଗାଡ଼ି
ଜବରଦଖଲ ରୋକିବାକୁ ବିଏମ୍ସିର ନୂଆ ପ୍ରୟାସ
/sambad/media/post_attachments/wp-content/uploads/2018/01/BMC-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)