ଭୁବନେଶ୍ୱର: ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଓ ଘରଭଙ୍ଗା ବର୍ଜ୍ୟବସ୍ତୁ ଗଦାଇବା ବିରୋଧରେ ବିଏମ୍ସିର ସପ୍ତାହବ୍ୟାପୀ ଅଭିଯାନରେ ୬ ଲକ୍ଷ ୩୭ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଅଭିଯାନରେ ବିଏମ୍ସିର ୩ଟି ଯାକ ଜୋନ୍ରେ ସଚେତନତା ସୃଷ୍ଟି କରାଯିବା ସହ ୧୨୪ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସୂଚନାନୁଯାୟୀ, ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ କିମ୍ବା ବର୍ଜ୍ୟବସ୍ତୁ ଜମା ହେବା ଫଳରେ ବହୁ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ସଂକୁଚିତ ହେବା ସହ ତାହା ଡ୍ରେନ୍କୁ ପୋତି ଦେଉଛି। ଆଗକୁ ବର୍ଷାଦିନ ଆସୁଥିବା ବେଳେ ଏହା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିବ। ତେଣୁ ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ୭ ଦିନ ଧରି ବିଭିନ୍ନ ୱାର୍ଡରେ ବିଏମ୍ସି ପକ୍ଷରୁ ସଚେତନତା ସଭା କରାଯାଇଥିଲା। ମେୟର ସୁଲୋଚନା ଦାସ କହିଛନ୍ତି, ଏ ସବୁ ଆବର୍ଜନା ଜମା କରିବା ପାଇଁ କାର୍ଗିଲ ବସ୍ତି ଓ ପଟିଆ ଅଞ୍ଚଳରେ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି। ଲୋକମାନେ ଫୋନ୍ ଜରିଆରେ କିମ୍ବା ଅନ୍ଲାଇନ୍ରେ ଏହି ଆବର୍ଜନା ବାବଦରେ ଅଭିଯୋଗ କଲେ ତୁରନ୍ତ ପଦକ୍ଷେପ ନିଆଯାଉଛି। ଯେଉଁମାନେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ଚାହୁଛନ୍ତି ସେମାନଙ୍କୁ ମଧ୍ୟ ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯାଉଛି।
ବିଏମ୍ସିର ସପ୍ତାହବ୍ୟାପୀ ଅଭିଯାନ: ୬ ଲକ୍ଷ ୩୭ ହଜାର ଜରିମାନା ଆଦାୟ
/sambad/media/post_attachments/wp-content/uploads/2022/02/bmc.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)