ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମରେ ବୁଲାକୁକୁରଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାତି ହେଲେ ରାସ୍ତାରେ ଯିବା କଷ୍ଟକର। ବୁଲାକୁକୁର ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। ଚାଳକମାନେ ଭୟରେ ଗାଡ଼ିରୁ ଖସି ଅବା ଦୁର୍ଘଟଣାଗ୍ରସ୍ତ ହୋଇ ମୃତାହତ ହେଉଛନ୍ତି। ବନ୍ଧ୍ୟାକରଣ ଜରିଆରେ ଏହି ବୁଲାକୁକୁରଙ୍କୁ ନିୟନ୍ତ୍ରଣ ପାଇଁ ଯେତେ ଚେଷ୍ଟା କଲେ ବି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ବିଫଳ ହୋଇଛି। ସଂଖ୍ୟା ଏତେ ବଢ଼ିଯାଇଛି ଯେ ଏମାନଙ୍କୁ ବନ୍ଧ୍ୟାକରଣ କରିବା, ସୁସ୍ଥ ହେବା ପର୍ଯ୍ୟନ୍ତ କେନେଲ୍ରେ ରଖିବା ସମ୍ଭବ ହେଉନି। ଏଣୁ ଭୁବନେଶ୍ବର ମହାନଗର ନିଗମ ଏମାନଙ୍କ ଗଣତି କରି ସେହି ଅନୁସାରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରି ବନ୍ଧ୍ୟାକରଣ ପ୍ରକ୍ରିୟାକୁ ଆଗକୁ ନେବାକୁ ଯୋଜନା କରିଛି। ଭୁବନେଶ୍ବର ମହାନଗର ନିଗମ କର୍ପୋରେସନ୍ ବି ଏହି ଗଣତିକୁ ମୋହର ମାରିଛି।
ପଶୁ ଜନ୍ମ ନିୟନ୍ତ୍ରଣ(ଏବିସି) ଯୋଜନାରେ ଭୁବନେଶ୍ବର ମହାନଗର ନିଗମରେ କୁକୁର ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ବନ୍ଧ୍ୟାକରଣ ପରେ ସୁସ୍ଥ ହେବା ପର୍ଯ୍ୟନ୍ତ କୁକୁର ରଖିବା ସ୍ଥାନ, ଆବଶ୍ୟକ ଭିତ୍ତିଭୂମି ଆଦି ସମସ୍ୟା କାରଣରୁ ଏଥିରେ ସେତେଟା ସଫଳତା ମିଳୁନି। ମାସେ ହେବ ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହୋଇଥିଲେ ବି ଏହା ବିଶେଷ ସଫଳ ହୋଇନି। କୁକୁର ଅସ୍ତ୍ରୋପଚାର ସ୍ଥାନ ଶୀଘ୍ର ଶୁଖିବା ପାଇଁ ଇଲୋକ୍ଟ୍ରୋକଟେରି ସର୍ଜିକାଲ୍ ପଦ୍ଧତି ଆପଣାଯାଇଥିଲେ ବି ଏଥିରେ ସେତେଟା ସଫଳତା ମିଳିପାରିନି। ଏଣୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ପ୍ରଥମେ କୁକୁର ଗଣନା କରି କେଉଁ ଅଞ୍ଚଳରେ କେତେ ବୁଲାକୁକୁର ଅଛନ୍ତି ଜାଣିବା ପରେ ସେହି ଅନୁଯାୟୀ ବନ୍ଧ୍ୟାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମହାନଗର ନିଗମର ୬୭ ୱାର୍ଡରେ କୁକୁର ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଏ ବାବଦରେ ୧୧ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ କରାଯିବ। ଭୁବନେଶ୍ବର ମହାନଗର ନିଗମରେ ସଫେଇରେ ନିୟୋଜିତ ସ୍ବଚ୍ଛସାଥୀ, ସୁପରଭାଇଜର, ଏସ୍ଏମ୍ଟିଏ, ଏସ୍ଆଇ, ଡିଇଓଙ୍କୁ ଏହି ଗଣନା ଦାୟିତ୍ବ ଦିଆଯିବ। ଦିନରେ କୁକୁର ଗଣନା ସମ୍ଭବ ହେଉ ନଥିବାରୁ ଭୋର ସମୟରେ ଏମାନେ ଶୋଇଥିବା ବେଳେ ନିୟୋଜିତ କର୍ମଚାରୀମାନେ କୁକୁର ଗଣନା କରିବେ। ଗଣନାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ବି କରାଯିବ। ଯେହେତୁ ସ୍ବଚ୍ଛସାଥୀ, ସୁପରଭାଇଜର ପ୍ରମୁଖ ବିଭିନ୍ନ ୱାର୍ଡର ଗଳିକନ୍ଦିକୁ ଭଲ ଭାବେ ଜାଣିଛନ୍ତି, ସେମାନେ ଠିକ୍ କୁକୁର ଗଣନା କରିପାରିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ସବୁ ୱାର୍ଡର ମୁଖ୍ୟ ରାସ୍ତା ସହ ଗଳି ଗଳି ବୁଲି ନିୟୋଜିତ କର୍ମଚାରୀମାନେ କୁକୁର ଗଣନା କରିବେ। କେଉଁ ଗଳିରେ କେତେ କୁକୁର ରହୁଛନ୍ତି, ତାର ହିସାବ ଦେବା ପରେ ସେହି ଅନୁଯାୟୀ କୁକୁର ଧରା ଓ ବନ୍ଧ୍ୟାକରଣ ଟିମ୍ ପ୍ରସ୍ତୁତ ହେବ। ପ୍ରାଣୀ ଚିକିତ୍ସାଳୟରେ ଅସ୍ତ୍ରୋପଚାରର ଆବଶ୍ୟକ ଭିତ୍ତିଭୂମି ବି ପ୍ରସ୍ତୁତ ହେବ। ଯେଉଁମାନେ ଗଣତିରେ ନିୟୋଜିତ ହେବେ, ସେମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୧ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ ହେବ। ସୂଚନାଯୋଗ୍ୟ, ଭୁବନେଶ୍ବର ମହାନଗର ନିଗମର ମଞ୍ଚେଶ୍ବରରେ ୨୪୦ଟି କୁକୁର କେନେଲ୍ ରହିଛି। ଏଠାରେ ଅସ୍ତ୍ରୋପଚାର ପାଇଁ ୨ଟି ଓଟି(ଅସ୍ତ୍ରୋପଚାର ଗୃହ) ଓ ୫ଟି ଟେବୁଲ୍ ରହିଛି। ସେହିଭଳି ସହିଦନଗରରେ ୧୨୦ଟି କୁକୁର କେନେଲ୍ ରହିଛି। ଯେଉଁଠି କୁକୁର ବନ୍ଧ୍ୟାକରଣ କାମ ହେଉଛି।
ବିଏମ୍ସି ଗଣିବ କୁକୁର
ଭୁବନେଶ୍ବର ମହାନଗର ନିଗମରେ ବୁଲାକୁକୁରଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାତି ହେଲେ ରାସ୍ତାରେ ଯିବା କଷ୍ଟକର। ବୁଲାକୁକୁର ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। ଚାଳକମାନେ ଭୟରେ ଗାଡ଼ିରୁ ଖସି...
/sambad/media/media_files/2025/07/12/poasdfg-2025-07-12-07-00-28.jpg)