ଉଚ୍ଛେଦ ହେଲା ବେଆଇନ ଦୋକାନ

ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ଆଜି ଜୟଦେବ ବିହାରରୁ ପଟିଆ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଉଚ୍ଛେଦରେ ୭ଟି ପଲିଥିନ୍/ବାଉଁଶ ଦୋକାନ, ୫ଟି ଫାଷ୍ଟଫୁଡ୍ ଷ୍ଟଲ, ୨ଟି ଟିଣ ଚଦର ଦୋକାନ ଓ ୨୨ଟି ଭେଣ୍ଡିଂ ଜୋନ୍‌ରେ ବେଆଇନ ଭାବେ ଆଗକୁ ବଢ଼ାଇଥିବା ଦୋକାନ ରହିଛି। ୨ଟି ବୁଲଡୋଜରକୁ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଉଚ୍ଛେଦ ସମୟରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଗୋଟିଏ ପ୍ଲାଟୁନ୍ ପୁଲିସ୍ ଓ ଗୋଟିଏ ସେକ୍ସନ୍ ମହିଳା ପୁଲିସଙ୍କୁ ନିୟୋଜିତ କରାଯାଇଥିଲା। ଉଚ୍ଛେଦ ସମୟରେ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର