ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଅଙ୍ଗୀକାର-୨୦୨୫ ଓ ଗୃହପ୍ରବେଶ କାର୍ଯ୍ୟକ୍ରମ ରଙ୍ଗମାଟିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡେପୁଟି ମେୟର ମଂଜୁଲତା କହଁର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସ୍ଲମ୍ ସେଟେଲେ୍ମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରଟେର୍ ସୁଷମା ସାହୁ, ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିସନର୍ ଅଜୟ ମହାନ୍ତି, ଯୋଗେନ୍ଦ୍ର ମାଝି ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଅଙ୍ଗୀକାର-୨୦୨୫ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିସନ ‘ସମସ୍ତଙ୍କ ପାଇଁ ପକ୍କା ଘର’ ଅଭିଯାନର ଅଂଶବିଶଷେ। ଏଣୁ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ଓ ଏହି ଯୋଜନା ସଂର୍ପକରେ ଜାଣି ନଥିବା ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଙ୍ଗୀକାର-୨୦୨୫ ସମଗ୍ର ଦଶେରେ ସେପ୍ଟେମ୍ବର ୪ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିଥିଲା।
ଏହି ଅବସରରେ ୯ ନମ୍ବର ଵାର୍ଡର ଜାପାନୀ ନାୟକ ଓ ଇନ୍ଦ୍ରମଣି ପରିଡ଼ା, ୬୦ ନମ୍ବର ଵାର୍ଡ ବାସିନ୍ଦା ତିଳୋତ୍ତମା ଦାସ, ୬୪ ନମ୍ବର ଵାର୍ଡର ତବରକ୍ ଖାନଙ୍କୁ ନବନିର୍ମିତ ଗୃହର ଚାବି ପ୍ରଦାନ କରାଯାଇଥିଲା। ୯ ନମ୍ବର ଵାର୍ଡର ବାସିନ୍ଦା କଳ୍ପନା ନାୟକଙ୍କୁ ଗୃହ ପ୍ରବେଶ କରାଯାଇଥିଲା। ସମସ୍ତ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ ୨.୦)ରେ ନିର୍ମିତ ଗୃହରେ କଳ୍ପନା ସପରିବାର ପ୍ରବଶେ କରିଥିଲେ। ବିଏମ୍ସି ଅଞ୍ଚଳରେ ବସବାସ କରୁଥିବା ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ ୨.୦) ସଂପର୍କରେ ଜାଣିବା ସହ ଏହାର ସୁବିଧା ନେବାକୁ ଡେପୁଟି ମେୟର ଶ୍ରୀମତୀ କହଁର ପରାମର୍ଶ ଦେଇଥିଲେ। ଏହି ଅବସରରେ ସାଧାରଣ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂର୍ପକରେ ଅବଗତ କରାଇବା ପାଇଁ ଆୟୁଷ୍ମାନ ଭାରତ, ଏସ୍ବିଆଇର କମ୍ ସୁଧ ହାରରେ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ (ଅର୍ବାନ ୨.୦) ଆଦି ଉପରେ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/02/fshfshfsxvb-2025-11-02-01-38-25.jpg)