ଭୁବନେଶ୍ବର, ୧୮।୭(ଇମିସ): ପ୍ରତି ଲୋକଙ୍କ ପାଖରେ ପହଞ୍ଚିବାକୁ ଆଉ ପାଦେ ଆଗକୁ ଚିନ୍ତା କରିଛି ବିଏମ୍ସି। ଆସନ୍ତା ୨୦ ତାରିଖରେ ନବନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଭାର ଗ୍ରହଣକୁ ଶହେ ଦିନ ପୂରୁଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ‘ପବ୍ଲିକ୍ ଇଣ୍ଟର୍ଫେସ୍’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଯୋଜନା ହୋଇଛି। ମେୟରଙ୍କ ସମେତ ଡେପୁଟି ମେୟର, କମିସନର, ଅତିରିକ୍ତ କମିସନର ଉପସ୍ଥିତ ରହିବେ। ଏଥିରେ ବିଭିନ୍ନ ରେସିଡେଣ୍ଟ ୱେଲ୍ଫେୟାର ଆସୋସିଏସନ ସଦସ୍ୟ, ବରିଷ୍ଠ ନାଗରିକ ସଂଘ ସଭାପତି ଓ ସମ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ ସଭାପତି ଓ ସମ୍ପାଦକ, ୟୁଥ୍କ୍ଲବ୍ ସଦସ୍ୟ, ଏସ୍ଡିଏ ସଭାପତି ଓ ସମ୍ପାଦକଙ୍କୁ ସାମିଲ କରାଯିବ। ୱାର୍ଡରେ କଣ କାମ ହେଉଛି? କ’ଣ କରିବାକୁ ଅଛି? ଲୋକମାନେ କ’ଣ ଚାହାନ୍ତି? ଏ ସବୁ ବିଷୟରେ ‘ୱାନ୍ ଟୁ ୱାନ୍’ ଆଲୋଚନା ହେବ। ଏଥିରେ ସମ୍ପୃକ୍ତ ଜେଡ୍ଡିସିଙ୍କ ସମେତ ୱାର୍ଡ କର୍ପୋରେଟର, ଇଞ୍ଜିନିୟର, ୱାର୍ଡ ଅଫିସର, ସିଓ, ଏସ୍ଆଇ(ସାନିଟାରି ଇନ୍ସ୍ପେକ୍ଟର) ରହିବେ। ସମସ୍ତ ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ ଓ ସଦସ୍ୟ ରହିବେ। ସାଧାରଣ ଜନତାଙ୍କ ସହ ପ୍ରଥମଥର ପାଇଁ ଏଭଳି ଏକ ମୁହାଁମୁହିଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସହରର ସମସ୍ୟା ସମାଧାନ ଓ ଅନ୍ୟାନ୍ୟ ଅଭିଯୋଗ ସମାଧାନ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଗୁରୁତ୍ବ ବହନ କରିବ ବୋଲି କୁହାଯାଉଛି। ପ୍ରଥମ ଦିନ ବା ୨୦ ତାରିଖରେ ୫୫ ନମ୍ବର ୱାର୍ଡରେ ପୂର୍ବାହ୍ନ ୧୧ଟା ବେଳେ ଏହି କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ଦିନ ପୂର୍ବାହ୍ନରେ ୧ ନମ୍ବର ଓ ଅପରାହ୍ଣରେ ୨ ନମ୍ବର ୱାର୍ଡରେ ଏହି କାର୍ଯ୍ୟକ୍ରମ ହେବ।
ଲୋକଙ୍କ ପାଖରେ ପହଞ୍ଚିବାକୁ ବିଏମ୍ସିର ପ୍ରୟାସ, ପ୍ରତି ୱାର୍ଡରେ ‘ପବ୍ଲିକ୍ ଇଣ୍ଟରଫେସ୍’
୨୦ ତାରିଖରୁ ଆରମ୍ଭ, ୨ ମାସ ଚାଲିବ
/sambad/media/post_attachments/wp-content/uploads/2022/01/bmc-office.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)