ଭୁବନେଶ୍ବର: ଗରିମା ଯୋଜନାରେ ପରିମଳ କାମ କରିବାକୁ ନୂଆ ଗାଡ଼ି କିଣା ହେଲା। ଜେସିବି ଭଳି ଆବର୍ଜନା ଉଠାଇବା ବ୍ୟବସ୍ଥା ହେଲା। କିନ୍ତୁ ଏହି ଅରଖ ନୂଆ ଗାଡ଼ି ସବୁକୁ ଅଦରକାରୀ ବସ୍ତୁ ଭଳି ଫିଙ୍ଗି ଦିଆଯାଇଛି। ପଡ଼ି ପଡ଼ି ଏହା କଳଙ୍କି ଧରିଲାଣି। ମାସ ମାସ ଧରି ପଡ଼ି ରିହବା ଫଳରେ ଅନାବନା ଗଛ ସବୁ ଏଥିରେ ଚରିଗଲାଣି। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବଡ଼କଥା ହେଉଛି, ଏହି ଗାଡ଼ି ସବୁ ଅଦ୍ୟାବଧି ରେଜିଷ୍ଟ୍ରସନ୍ ବି ହୋଇନି। ରେଜିଷ୍ଟ୍ରସନ୍ ପୂର୍ବରୁ ଗାଡ଼ିଗୁଡ଼ିକ ନଷ୍ଟ ହେବାକୁ ବସିବା ଭୁବନେଶ୍ବର ମହାନଗର ନିଗମର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସଷ୍ଟି କରିଛି। ସରକାରୀ ଗାଡ଼ି ବୋଲି ଏହାକୁ କେହି ଆଡ଼ ଆଖିରେ ଅନାଉନାହାନ୍ତି ବୋଲି ଅଭିଯୋଗ ହୋଇଛି।
ନୂଆ ଗାଡ଼ିକୁ ଅଦରକାରୀ ଭାବେ ଫିଙ୍ଗିଦେଲେ
ମାନବ ସମ୍ବଳ ଜରିଆରେ ସବୁ ପରିମଳ କାମ କରିବା ସମ୍ଭବପର ନ ଥିବାରୁ ଗରିମା ଯୋଜନାରେ ତିନିରୁ ଅଧିକ ପିକ୍ଅପ୍ ଗାଡ଼ି କିଣାଯାଇଥିଲା। ଯାହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା। ଏହି ଗାଡ଼ିଗୁଡ଼ିକର ଅସ୍ଥାୟୀ ନମ୍ବର ହେଉଛି ଟି୦୭୨୪ଜିଜେ୫୫୪୫ଜି, ଟି୦୭୨୪ଜିଜେ୫୫୭୫ଜି ଆଦି। ସେପଟେ ଏହି ପିକ୍ ଅପ୍ ଗାଡ଼ି ଅଳିଆ ଉଠାଇବା ପାଇଁ ଜେସିବି ଭଳି ବ୍ୟବସ୍ଥା ହୋଇଥିଲା। ଯାହାର ଆକାର ଛୋଟ ହୋଇଥିଲେ ବି ଏଥିରେ ଗାତ ଖୋଳିବା, ମାଟି ଉଠାଇବା ପାଇଁ ବକେଟ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଲଗାଯାଇଥିଲା। ଛୋଟ ନାଳରୁ ସହଜରେ ଏହା ମାଟି ଉଠାଇ ପାରିବାର ବ୍ୟବସ୍ଥା ରହିଛି। ମାନବଚାଳିତ ଏହି ଗାଡ଼ିରେ ଜଣେ ଚାଳକ ବସି ଆବର୍ଜନା ଉଠାଇବାର ବି ଏଥିରେ ବ୍ୟବସ୍ଥା ରହିଛି। ହାଇଡ୍ରୋଲିକ୍ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ଗାଡ଼ିରେ ରହିଛି। ସବୁ ବ୍ୟବସ୍ଥାକୁ ମିଶାଇ ଗାଡ଼ି ପିଛା ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଏହି ଗାଡ଼ି ଆସିବା ଦିନଠାରୁ ଅଦରକାରୀ ବସ୍ତୁ ଭାବେ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟରେ ପଡ଼ିଛି। ସେପଟେ ଲୋକବଳ ଲଗାଇ ଭୁବନେଶ୍ବର ମହାନଗର ନିଗମର ଅଯଥା ଖର୍ଚ୍ଚ ଭାର ବଢ଼ାଯାଉଛି। ଦିନକର କାମକୁ ୧୦ ଦିନ ଲଗାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/20/shffshhfshxvb-2025-11-20-01-54-41.jpg)