ନାଲକୋ ଘରୋଇକରଣକୁ ବିଏମ୍‌ଏସ୍‌ର ବିରୋଧ

ଭୁବନେଶ୍ୱର: ଉନ୍ନତମାନର ବକ୍ସାଇଟ୍‌ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ ଓଡ଼ିଶାରେ ନାଲ୍‌କୋ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିଷ୍ଠା କରାଯାଇଥିଲା। ୪୨ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ଆଲୁମିନିୟମ୍‌ କମ୍ପାନି ନିରନ୍ତର ଲାଭ କରି ଆସୁଛି। ବର୍ତ୍ତମାନ ସୁଦ୍ଧା ଏହି କମ୍ପାନି କେନ୍ଦ୍ର ସରକାରଙ୍କୁ ୪୬ ହଜାର କୋଟି ଓ ରାଜ୍ୟ ସରକାରଙ୍କୁ ୭ ହଜାର କୋଟି ଟଙ୍କା ପ୍ରଦାନ କରିସାରିଲାଣି। ଏହି କମ୍ପାନି ଓଡ଼ିଶାର ବିକାଶରେ ଭାଗୀଦାରି ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ଆର୍ଥିକ ଭାବେ ସଶକ୍ତକରଣ କରିଛି। କିନ୍ତୁ କେନ୍ଦ୍ର ସରକାର ଏବେ ଏହାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବସିଛନ୍ତି। ତେଣୁ ଏହା ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଭାରତୀୟ ମଜଦୁର୍‌ ସଂଘ (ବିଏମ୍‌ଏସ୍‌)। ସଂଘ ପକ୍ଷରୁ ଆସନ୍ତା ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯିବ। ଅଶୋକ ନଗରସ୍ଥିତ ସଂଘର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସମ୍ପାଦକ ବିନୟ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସ ସହ ଅନୁବନ୍ଧିତ ଆଲୁମିନିୟମ ମଜଦୁର ସଂଘ, ନାଲକୋ ବିଦ୍ୟୁତ୍ ମଜଦୁର ସଂଘ, ନାଲକୋ ଠିକା ମଜଦୁର ସଂଘ, ଅନୁଗୋଳ, ନାଲକୋ ମଜଦୁର ସଂଘ, ନାଲକୋ ମାଇନ୍ସ ଠିକାଦାର କର୍ମଚାରୀ ସଂଘ, ନାଲକୋ ମାଇନ୍ସ ମଜଦୁର ସଂଘ, ଠିକାଦାର କର୍ମଚାରୀ ସଂଘ, ଦାମନଯୋଡ଼ି ଓ ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିୟମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର