ଚନ୍ଦନ ଯାତ୍ରା ପାଇଁ ସଜେଇ ହେଉଛି ଚାପ ଡଙ୍ଗା, ଏଥର ବି ଆସିବେନି କପିଳନାଥ!

ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ କରୋନା କଟକଣାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପାଳନ କରାଯିବ। ବିଏମ୍‌ସି ପକ୍ଷରୁ ଅନୁମତି ମିଳିବା ପରେ ଠାକୁରଙ୍କ ଚାପ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି। ଠାକୁରଙ୍କ ଚାପ ଡଙ୍ଗାକୁ ସୁନ୍ଦର ଭାବେ ସ‌ଜେଇବା କାମ ଜୋର‌ସୋର୍‌ରେ ଚାଲିଛି। ତେବେ ଏଥର ବି କପିଳନାଥ ଏହି ଯାତ୍ରାରେ ସାମିଲ୍ ହୋଇପାରି‌‌ବେ କି ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଚନ୍ଦନଯାତ୍ରା କିପରି କଟକଣାରେ ପାଳନ ହେବ, ସେନେଇ ସେବାୟତଙ୍କୁ ବୁଝାଇଛି ମନ୍ଦିର ପ୍ରଶାସନ। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସେବାୟତଙ୍କୁ ଡାକି ଆଲୋଚନା କରିଛନ୍ତି।

ବିନ୍ଦୁସାଗର କୂଳକୁ କୌଣସି ଭକ୍ତ ଯାଇପାରିବେ ନାହିଁ। ୧୫ଜଣ ସେବାୟତ ୪୮ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର୍ କୋଭିଡ଼୍‌ ପରୀକ୍ଷା କରାଇବେ ଓ ସେମାନେ ନେଗେଟିଭ୍‌ ରିପୋର୍ଟ ପାଇଲେ ହିଁ ଯାତ୍ରାରେ ସାମିଲ୍ ହୋଇପାରିବେ। କାଶ କିମ୍ବା ଛିଙ୍କ ହେଉଥିବା କୌଣସି ସେବାୟତ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। ତେବେ ଏଥର ବି ପୁଣି ପରମ୍ପରା ଭଙ୍ଗ ହେବାକୁ ଯାଉଛି ବୋଲି ଜଣାପଡ଼ିଲାଣି। ଚନ୍ଦନ ଯାତ୍ରାରେ ପ୍ରଭୁ କପିଳନାଥ ସାମିଲ୍ ହୁଅନ୍ତି। ଏହା ବହୁ ବର୍ଷର ପରମ୍ପରା। କିନ୍ତୁ ଗତ କିଛି ବର୍ଷ ହେଲା ବିବାଦୀୟ କାରଣରୁ କପିଳନାଥ ଏହି ଯାତ୍ରାକୁ ଆସୁନାହାନ୍ତି। ୨୦୧୫ ମସିହାରୁ ଏହି ପରମ୍ପରା ବନ୍ଦ ହୋଇଯାଇଛି। ଚଳିତ ବର୍ଷ ମହାଶିବରାତ୍ରୀ ପରେ ହାଣ୍ଡିଭଙ୍ଗା ଯାତ ମଧ୍ୟ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର