ବିଓବି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ହିନ୍ଦୀ ସେବା ଶୁଭାରମ୍ଭ

ଭୁବନେଶ୍ବର: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ରେ ହିନ୍ଦୀ ଭାଷାର ପ୍ରଚଳନ ଆରମ୍ଭ ହୋଇଛି। ଏହାକୁ କେନ୍ଦ୍ରୀୟ ରାଜଭାଷା ବିଭାଗର ସଚିବ ସୁଶ୍ରୀ ଅଂଶୁଳୀ ଆର୍ଯ୍ୟା ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କ ନି‌ମନ୍ତେ ‘ପ୍ରଯୁକ୍ତିବିଦ୍ୟା ସହ ରାଜଭାଷାର ବିକାଶ’ ଶୀର୍ଷକ ଉପରେ ଏକ ସଂଗୋଷ୍ଠୀର ଆୟୋଜନ କରାଯାଇଥିଲା। ଏଥିସହ ବାର୍ଷିକ ରାଜଭାଷା ଯୋଜନା ୨୦୨୨-୨୩ ଉଦ୍‌ଘାଟନ ହୋଇଥିଲା।

ନୂତନ ରାଜଭାଷା ସମ୍ବନ୍ଧୀୟ ପଦକ୍ଷେପଗୁଡ଼ିକ ଉପ‌ରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ଏଥିରେ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କ ଭୂମିକା ଶ୍ରୀମତୀ ଆର୍ଯ୍ୟା ଅଭିଭାଷଣ ଦେଇଥିଲେ। ନୂଆଦିଲ୍ଲୀ ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ଅମିତ ତୂଳୀ ଦୈନନ୍ଦିନ ଜୀବନରେ ହିନ୍ଦୀ ଭାଷାକୁ ଆ‌ପଣାଇବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜଭାଷା ବିଭାଗର ଉପନିର୍ଦ୍ଦେଶକ ରାଜେଶ ଶ୍ରୀବାସ୍ତବଙ୍କ ସହ ପଙ୍କଜ ବର୍ମା ଓ ସହାୟକ ମହାପ୍ରବନ୍ଧକ ପୁନିତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ‌ଅନ୍ୟମାନଙ୍କ ମଧ୍ୟରେ ସଂଗୋଷ୍ଠୀର ନୂଆଦିଲ୍ଲୀ ଅଞ୍ଚଳର ବିଭାଗୀୟ ମୁଖ୍ୟ, କ୍ଷେତ୍ରୀୟ ତଥା ଉପକ୍ଷେତ୍ରୀୟ ମୁଖ୍ୟଙ୍କ ସମେତ ଅଞ୍ଚଳର ବିଭିନ୍ନ ଶାଖାଗୁଡ଼ିକରେ ଶାଖା ମୁଖ୍ୟ ଏବଂ ୧୦୦ରୁ ଊର୍ଦ୍ଧ୍ବ କାର୍ଯ୍ୟନିର୍ବାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର