ରେଳଧାରଣାରୁ ଘରୋଇ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର : ସତ୍ୟନଗର ନିକଟ ରେଳଧାରଣାରୁ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃ୍ତକ ହେଉଛନ୍ତି ଶ୍ରୀୟା ଛକରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ର ଟ୍ରାଞ୍ଜାକ୍ସନ ମ୍ୟାନେଜର ଶୈଳେନ୍ଦ୍ର ରାଜ୍‌। ରେଳବାଇ ପୁଲିସ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ସଂରକ୍ଷିତ ରଖିଛି। ତାଙ୍କ ପରିବାରବର୍ଗଙ୍କ ସହ ଯୋଗା‌ଯୋଗ କରାଯାଇଛି। ସେ ଆତ୍ମହତ୍ୟା କରିଛନ୍ତି ନା ଧାରଣା ଅତିକ୍ରମ କରିବା ବେଳେ ଟ୍ରେନ୍‌ ଚଢ଼ି ଯାଇଛି ସେ ନେଇ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର