କାଠଯୋଡ଼ିରେ ନିଖୋଜ ଯୁବକର ଶବ ମିଳିଲା

ବାରଙ୍ଗ : କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ଭାସି ନିଖୋଜ ହୋଇଯାଇଥିବା ସେକ୍‌ ସାଧୁ(୨୭)ର ଶବ ରବିବାର ନଦୀ ଭିତରୁ ମିଳିଛି। ରବିବାର ସକାଳ ପ୍ରାୟ ୮ଟା ବେଳେ ସେହି ମୁଣ୍ଡମୁହାଣ ବାଲିଘାଟ ତୁଠ ନିକଟରେ ସାଧୁର ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବାରଙ୍ଗ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗତକାଲି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ସେକ୍‌ ସାଧୁଙ୍କ ସମେତ ମୋଟ ୬ଜଣ କାଠଯୋଡ଼ିକୁ ଗାଧୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ପାଣିରେ ଭାସି ଯାଇଥିଲେ। ସ୍ଥାନୀୟ ଦୁଇ ଗ୍ରାମବାସୀ ନାବାଳକଦ୍ବୟଙ୍କୁ ଉଦ୍ଧାର କରିଥିବା ବେଳେ ବାରଙ୍ଗ ଅଗ୍ନିଶମ ବାହିନୀ ପ୍ରଭାତଙ୍କ ଶବ ଉଦ୍ଧାର କରିଥିଲା। କିନ୍ତୁ ସେକ୍‌ ସାଧୁ ଗତକାଲିଠାରୁ ନିଖୋଜ ଥିଲେ।

ସମ୍ବନ୍ଧିତ ଖବର