ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ

ଭୁବନେଶ୍ବର : ନୂଆପଲ୍ଲୀ ଆଇଡି ମାର୍କେଟ୍‌ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ନୂଆପଲ୍ଲୀ ଥାନା ପୁଲିସ ଜବତ କରିଛି। ତାଙ୍କ ପରିଚୟ ମିଳି ପାରିନଥିବା ବେଳ ବୟସ ପାଖାପାଖି ୫୦ ହେବ ବୋ‌ଲି ଅନୁମାନ କରାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ବ୍ୟକ୍ତି ଜଣକ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବ୍ୟକ୍ତି ଜଣଙ୍କ ଆଇଡି ମାର୍କେଟ୍‌ ନିକଟରେ ଶୋଇ ରହିଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ନଉଠିବାରୁ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ସେମାନେ ପୁଲିସକୁ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ସମ୍ପକ୍ତ ବ୍ୟକ୍ତିଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର