ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱରର ତିନିମୁଣ୍ଡିଆ ଛକଠାରେ ତରଙ୍ଗ କ୍ଲବ୍ ପକ୍ଷରୁ ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସହଯୋଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ମିଷ୍ଟର୍ କ୍ଲାସିକ୍’ ଶନିବାର ଅନୁଷ୍ଠିତ ହୋଇଯାଇଛି। ୫୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ‘ମିଷ୍ଟର୍ କ୍ଲାସିକ୍’ ଆଖ୍ୟା ହାସଲ କରିଥିଲେ। ଏଥିରେ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ସମିର ମହାନ୍ତି, ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିୟ ଦାଶ, ଶିବ ପ୍ରସାଦ ବେହେରା, ଶେଷ ଶେଖର ଗରାବଡ଼ୁ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଇଂ. ଚିତ୍ତରଞ୍ଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, କ୍ଲବର ସଭାପତି ସୀତାକାନ୍ତ ମିଶ୍ର, ସମ୍ପାଦକ ଜୟନ୍ତ ପଣ୍ଡା ଓ ସଭ୍ୟମାନେ ପରିଚାଳନା କରିଥିଲେ।
ତରଙ୍ଗ କ୍ଲବ୍ ପକ୍ଷରୁ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା
/sambad/media/post_attachments/wp-content/uploads/2018/01/budy-building-compitition.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)