ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା : ସତୀଶ ମିଷ୍ଟର, ଜୟା ମିସ୍‌ ଓଡ଼ିଶା

ଭୁବନେଶ୍ୱର : ଶିଶୁପାଳଗଡ଼ ଇନ୍ଦିରାଗାନ୍ଧୀ କଲୋନି ‘ୱାର୍‌ ହାଉସ୍ ଜିମ୍‌’ ପକ୍ଷରୁ କଳିଙ୍ଗ ବଡିବିଲ୍‌ଡିଙ୍ଗ୍‌ ଫିଟ୍‌ନେସ ଆସୋସିଏସନ୍ ସହଯୋଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୀର ସତୀଶ ହୁଡା ମିଷ୍ଟର୍ ଓଡ଼ିଶା ପୁରସ୍କାର ଲାଭ କରିଥିଲେ। ସେହିଭଳି ଅଂଶଗ୍ରହଣ କରିଥିବା ୧୦ ଜଣ ମହିଳା ବଡିବିଲ୍‌ଡରଙ୍କ ମଧ୍ୟରୁ ପୁରୀର ଜୟା ଲକ୍ଷ୍ମୀ ମିସ୍ ଓଡ଼ିଶା ପୁରସ୍କାର ଲାଭ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଯାଦବ ସଂଘ ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ବିମ୍ବାଧର ବେହେରା, ସନ୍ତୋଷ ମହାନ୍ତି, ୱାର୍‌ ହାଉସ୍ ଜିମ୍‌ର ମୁଖ୍ୟ ଦ୍ୱିତୀକୃଷ୍ଣ ବେହେରା, କଳିଙ୍ଗ ବଡିବିଲ୍‌ଡିଙ୍ଗ୍‌ ଫିଟ୍‌ନେସ୍‌ ଆସୋସିଏସନ୍‌ର ବରିଷ୍ଠ କର୍ମକର୍ତା ଓ ବିଚାରକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର