ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଲୁମ୍ବିନୀବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ସୁରକ୍ଷା ପକ୍ଷରୁ ୧୩ତମ ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଉତ୍ସବର ଉଦ୍‌ଘାଟନ କରାଯାଇଥିଲା। ଏଥିରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି, ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଭାବେ ଯୋଗ ଦେଇଥିବାବେଳେ ରାଜ୍ୟ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ରାଜ୍ୟ ଯୁବକଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ, ବିଜେଡି ମୁଖପାତ୍ର ସୁଲତା ଦେଓ, ବନ୍ଦନା ପଣ୍ଡା, ରୁଦ୍ର ସାମନ୍ତରାୟ, ମିହିର ମେହେର, ପ୍ରକାଶ ଶ୍ରୀଚନ୍ଦନ, ଅଭୟ ବଡ଼ଜେନା, ଆନନ୍ଦ ପଟ୍ଟନାୟକ, ପ୍ରୀତିନନ୍ଦା ରାଉତରାୟ, ସୁବାଷ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ସ୍ମରଣିକା ଉନ୍ମୋଚନ କରିଥିଲେ। ରାତିରେ ୪ର୍ଥ ପ୍ରହର ନାମଯଜ୍ଞ ଓ ପ୍ରସାଦ ସେବନ କରାଯାଇଥିଲା।

ମଙ୍ଗଳବାର ସକାଳେ ଆୟୋଜିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ବୋଇତ ଭସାଇଥିଲେ। ବୋଇତ ବନ୍ଦାଣ କମିଟି ସଭାପତି ବିଶ୍ବନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବକଲ୍ୟାଣ ବୋର୍ଡ ସଭାପତି ବିଜୟ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୁରକ୍ଷା ସଭାପତି ସୁଧାଂଶୁ ମହାପାତ୍ର ସ୍ବାଗତ ଭାଷଣ ଏବଂ ସମ୍ପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକା ଚିତ୍ରାଙ୍ଗଦା ପ୍ରଧାନ, ଇଂ ରାକେଶ କୁମାର ସାହୁ, ବିଶ୍ବନାଥ ପଟ୍ଟନାୟକ, ପ୍ରସନ୍ନ ପାଣି, ଡ. ସୁବାଷ ଚନ୍ଦ୍ର ନାୟକ, ଡ. ହରିଶ୍ଚନ୍ଦ୍ର ବେହେରା, ନିହାର ରଂଜନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରୋଜେକ୍ଟ ୱାଟର ପରିସରରେ କାର୍ତ୍ତିକେଶ୍ବର ମନ୍ଦିରର ଶିଳାନ୍ୟାସ କରାଯାଇଥିଲା। ଦେବ ଚୌଧୁରୀ, କୈଳାସ ଜେନା, ନିବେଦିତା ଲେଙ୍କା, ମିନାକ୍ଷୀ ପ୍ରିୟଦର୍ଶିନୀ, ପଦ୍ମଲୋଚନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର