ବିନ୍ଦୁସାଗରରେ ଭାସିଲା ବୋଇତ, ସବୁଠି ଶୁଭିଲା ଆ-କା-ମା-ବୈ

୬ ଜଣଙ୍କୁ ଏକାମ୍ର ସଂସ୍କୃତି ସମ୍ମାନ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ୧୭ତମ ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଅନୁ‌ଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିବା ସହ ବୋଇତ ବନ୍ଦାଣ କରିଥିଲେ। ଏକାମ୍ର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ମନ୍ତ୍ରୀ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର୍‌ ସୁଲୋଚନା ଦାସ, ଓଡ଼ିଶା ମୋ-ପରିବାରର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ, କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ ବେଜ୍, କର୍ପୋରେଟର୍‌ ବିରଞ୍ଚି ନାରାୟଣ ମହାସୂପକାର, ଶିବପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଶିବନାରାୟଣ ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସିନେତାରକା କୁନା ତ୍ରିପାଠୀ, ସମାଜସେବୀ ସତ୍ୟଜିତ୍ ସେନାପତି, ଶବବାହିକା ମଧୁସ୍ମିତା ପୃଷ୍ଟି, ପଟ୍ଟଚିତ୍ର ଶିଳ୍ପୀ ଲିଙ୍ଗରାଜ ମହାସୁଆର, ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶୁଭଙ୍କରୀ ସୁଦେଷ୍ଣା ଦାସ ଓ କ୍ରୀଡ଼ାବିତ୍ ଦେବଶ୍ରୀ ଦେବସ୍ମିତାଙ୍କୁ ଏକାମ୍ର ସଂସ୍କୃତି ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ଏହାକୁ ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଦୀପକ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ମନୋଜ ବେହେରା, ସହସମ୍ପାଦକ ସୁରେଶ ବାରିକ, ଶିବ ମହାପାତ୍ର, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଦାଶରଥି ଗରାବଡୁ, ବୁବୁନା ପଟ୍ଟନାୟକ, ଦିବ୍ୟରଞ୍ଜନ ବେହେରା, ଜିତୁ ନନ୍ଦ, ରବୀନ୍ଦ୍ର ବାରିକ, ସଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆରାଧନା ଭଜନ ସନ୍ଧ୍ୟା ତରଫରୁ କଳାକାରମାନେ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର