ଭୁବନେଶ୍ୱର: ବୋଲ୍ ବମ୍... ହର ହର ବମ୍... ସ୍ୱର ଆଜି ଶୁଣିବାକୁ ମିଳୁଥିଲା ରାସ୍ତାରେ। ଝିପିଝିପି ବର୍ଷାରେ ଭଗବାନଙ୍କ ନାମକୀର୍ତନ ପରିବେଶରେ ଆଧ୍ୟାତ୍ମିକତା ଭରି ଦେଇଥିଲା। ଆଷାଢ଼ ପୂର୍ଣ୍ଣମା ଯାଇ ନ ଥିଲେ ହେଁ ବିରଜା ପାଞ୍ଜି ଅନୁସାରେ ସଂକ୍ରାନ୍ତିଠାରୁ ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ କିଛି ଭକ୍ତ ପାଣି ନେଇ ଶୈବପୀଠ ଅଭିମୁଖେ ଆସିଥିଲେ। ଶ୍ରାବଣ ମାସ ସୋମବାରରେ ଶିବଙ୍କୁ ଜଳଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ଭକ୍ତମାନେ ବିଭିନ୍ନ ନଦୀ ବା ଜଳାଶୟରୁ ପାଣି ଆଣି ନିଷ୍ଠାର ସହ ନିୟମ ପାଳନ କରି ଠାକୁରଙ୍କ ମସ୍ତକରେ ସେହି ପାଣିକୁ ଢାଳିଥା’ନ୍ତି। ଭୁବନେଶ୍ୱର ପ୍ରସିଦ୍ଧ ଶୈବପୀଠ ହୋଇଥିବାରୁ ପ୍ରତିବର୍ଷ ଏଠାରେ କାଉଁରିଆଙ୍କ ଭିଡ଼ ଜମେ। ଆସନ୍ତା କାଲି ଏହି ମାସର ପ୍ରଥମ ଜଳଲାଗି କରାଯିବ। ତେଣୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମସ୍ତକରେ ପାଣି ଢାଳିବା ପାଇଁ ଆଜି ବହୁ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଛି। ଆସିଛନ୍ତି।
ବୋଲ୍ ବମ୍.. ହର ହର ବମ୍...
/sambad/media/post_attachments/wp-content/uploads/2018/07/m34-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)