ପୁରୁଣା ଭୁବନେଶ୍ୱର: ଗ୍ରହଣ ସପ୍ତାହ ଚାଲିଥିବା ସତ୍ତ୍ୱେ ବହୁ କାଉଡ଼ିଆ ଏକାମ୍ର କ୍ଷେତ୍ରରେ ତୀର୍ଥଜଳ ଆଣି ପହଞ୍ଚିଛନ୍ତି। ତେଣୁ ଶ୍ରାବଣ ସୋମବାର ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି କାନ୍ତି ସହ ପ୍ରସ୍ତୁତି କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସୂଚନା ଅନୁଯାୟୀ ମନ୍ଦିର ଭୋର ୩ଟାରୁ ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ପରେ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼ କାଠ ନିକଟରୁ ଗର୍ଭ ଗୃହ ପର୍ଯ୍ୟନ୍ତ ଏକ ତମ୍ବା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆସି ଆଡ଼କାଠ ନିକଟରେ ତୀର୍ଥ ଜଳ ଢ଼ାଳିବେ। କାଉଡ଼ିଆଙ୍କ ଠାରୁ ୧୦ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ। କାଉଡ଼ିଆଙ୍କୁ ଶୃଙ୍ଖଳିତ ଭାବେ ଭିତରକୁ ଛାଡିବା ପାଇଁ ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। ଆଜି ସିଂହଦ୍ଵାର ଉତ୍ତର ଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ୍ କାମ ଏଏସ୍ଆଇ ପକ୍ଷରୁ କରାଯାଇଛି। ଶ୍ରାବଣ ମାସ ତମାମ ବଢ଼େଇବାଙ୍କ ଛକ ଠାରୁ ମନ୍ଦିର ଓ ମନ୍ଦିର ଚାରିପାଖରେ ଆମିଷ ଦୋକାନ ବନ୍ଦ ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ଓ କାଉଡ଼ିଆ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରିବାକୁ ପୁଲିସ୍କୁ ନିର୍ଦେଶ ଦିଆଯାଇଛି। ଉତ୍ତର ଦ୍ଵାରରୁ ଚାହାଣି ମଣ୍ଡପ ପର୍ଯ୍ୟନ୍ତ ଥିବା ଦୋକାନ ଗୁଡ଼ିକୁ ହଟାଇ ସେ ସ୍ଥାନକୁ ସଫା ରଖିବା ପାଇଁ ବିଏମ୍ସିକୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରାବଣୀ ପ୍ରସ୍ତୁତି
ଶ୍ରାବଣୀ ପାଉଣା ୧୦ ଟଙ୍କା
/sambad/media/post_attachments/wp-content/uploads/2018/07/10oriLINGARAJ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)