ପୁରୁଣା ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ବିଭିନ୍ନ ଅଞ୍ଚଳରୁ କାଉଡ଼ିଆମାନେ ଆସି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ଏକାମ୍ର କ୍ଷେତ୍ରର ଅନ୍ୟ ମନ୍ଦିରରେ ଜଳ ଲାଗି କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ପୀଠରେ ପ୍ରାୟ ୩ହଜାରରୁ ଊର୍ଧ୍ୱ କାଉଡ଼ିଆ ପାଣି ଢାଳିଥିବା ବେଳେ ଅନ୍ୟାନ୍ୟ ମନ୍ଦିରରେ ପ୍ରାୟ ହଜାରେ ଭକ୍ତ ଜଳ ଲାଗି କରିଛନ୍ତି। ରାତି ୧୨ଟା ପରେ କାଉଡ଼ିଆମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଭୋର ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆମାନେ ମନ୍ଦିରର ଆଡ଼ କାଠରେ ଠିଆ ହୋଇ ଏକ ତମ୍ବା ନଳରେ ପାଣି ଢାଳିଥିଲେ। ଭକ୍ତଙ୍କୁ ଗୁଳୁଗୁଳିରୁ ରକ୍ଷା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗର୍ଭଗୃହରେ ୪ଟି ନୂଆ ଫ୍ୟାନ୍ ଲଗାଯାଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଛଡ଼ା ଭବାନୀ ଶଙ୍କର, କପିଳେଶ୍ୱର, କୋଟି ତୀର୍ଥେଶ୍ୱର, ନାଗେଶ୍ୱର, ଅଲାବୁକେଶ୍ୱର, ବାଟ ମହାଦେବ, ଭୀମେଶ୍ୱର, ଯମ୍ବେଶ୍ୱର, ଚିନ୍ତାମଣିଶ୍ୱର, କେଦାରେଶ୍ୱର ଆଦି ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳ ଲାଗି କରିଥିଲେ।
୪ ହଜାରରୁ ଊର୍ଧ୍ୱ କାଉଡ଼ିଆଙ୍କ ଜଳ ଲାଗି
/sambad/media/post_attachments/wp-content/uploads/2018/07/kaudia-lingaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)