ବାଲିଅନ୍ତା: ଆଜି ପୂର୍ବାହ୍ନ ପ୍ରାୟ ଦଶଟା ସମୟରେ ଭୁବନେଶ୍ୱର - କଟକ ଜାତୀୟ ରାଜପଥର ପାହାଳ ଫାଣ୍ଡି ସୀମା ପରିସରଭୁକ୍ତ ହାଇେଓ୍ଵ ହୋଣ୍ଡା ସୋରୁମ ନିକଟରେ ଏକ ବୋଲେରା ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟବସାୟୀ ଜଣକ ହେଲେ ରମେଶ ଚନ୍ଦ୍ର ମିଶ୍ର। ତାଙ୍କ ନିଜ ଘର ପୁରୀ ଜିଲ୍ଲା ଅଧୀନ କାକଟପୁର ଥାନା ବାଲିସିରିଆ ଗ୍ରାମରେ। ହେଲେ ସେ ଦୀର୍ଘଦିନ ହେବ ଖଣ୍ଡଗିରି ଥାନା ଅଞ୍ଚଳରେ ରହି ଟାଇଲ ବ୍ୟବସାୟ କରୁଥିଲେ। ପାହାଳ ଫାଣ୍ଡି ଅଧିକାରୀ ଓମ୍ ପ୍ରକାଶ ମହାନ୍ତିିଙ୍କ ସୂଚନାନୁସାରେ ଆଜି ରମେଶ ସକାଳେ ଅଟୋ ନେଇ ଟାଇଲ କିଣିବାକୁ ପାହାଳ ଅଭିମୁଖେ ଡିପୋକୁ ଆସିଥିଲେ। ସେ ଅଟୋରୁ ଓହ୍ଲାଇ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ହାଇେଓ୍ଵ ହୋଣ୍ଡା ନିକଟରେ ଏକ ପିକ୍ଅପ୍ ଭ୍ୟାନ (ନଂ ଓଆର୦୫ ଏଜେ ୯୪୧୨) ପଛରୁ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସଂପର୍କରେ ଖବର ପାଇ ପାହାଳ ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରିଥିବା ବେଳେ ଏହାର ଚାଳକ ସେଠାରୁ ଫେରାର ହୋଇଯାଇଛି। ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ଅପରାହ୍ନରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ବୋଲେରୋ ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)