ଭୁବନେଶ୍ୱର : ବୁଧବାର ବିଳମ୍ବିତ ରାତିରେ ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନାଙ୍କ ଚିନ୍ତାମଣିଶ୍ୱରସ୍ଥିତ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି। କାର୍ଯ୍ୟାଳୟରେ କିଛି କର୍ମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଏହି ଆପରାଧିକ ଘଟଣା ଘଟିଛି। ୨ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଅଫିସ୍ ଉପରକୁ ୨ଟି ବୋମାମାଡ଼ କରି ଫେରାର୍ ହୋଇଯାଇଥିଲେ। ଏଥିରେ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। କିନ୍ତୁ ଶେଷ ଖବର ଲେଖା ହେବା ବେଳକୁ ଦୁର୍ବୃତ୍ତଙ୍କ ସଂପର୍କରେ ପୁଲିସ ଟେର୍ ପାଇ ପାରିନାହିଁ। ଅପରପକ୍ଷେ ଖବର ପାଇ ବିଜେଡିର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ଜିଲ୍ଲା ସଭାପତି ଅମରେଶ ଜେନା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ତଦାରଖ କରିଛନ୍ତି। ସେହିପରି ଆଜି ରାତିରେ ୟୁନିଟ୍-୮ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ମଧ୍ୟ ବୋମାମାଡ଼ ହୋଇଥିଲା। ଏଥିରେ କେହି ମୃତାହତ ହୋଇନଥିଲେ ହେଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଆଜି ବିଳମ୍ବିତ ରାତିରେ ଏହି ବୋମାମାଡ଼ ରାଜନୈତିକ ଶତ୍ରୁତା ଆଡ଼କୁ ଇଙ୍ଗିତ କରୁଥିବା ନେଇ ଚର୍ଚ୍ଚା ହେଉଛି।
ବିଜେଡି ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟ ଉପରେ ବୋମାମାଡ଼
/sambad/media/post_attachments/wp-content/uploads/2019/04/bjd-party-office.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)