ବଡ଼ଗଡ଼ ଥାନା ଅଂଚଳରେ ଠିକାଦାରଙ୍କ ଘରକୁ ବୋମାମାଡ଼

ଭୁବନେଶ୍ବର: ବଡ଼ଗଡ଼ ଥାନା ରତ୍ନାକର ବାଗ୍‌ର ପ୍ଲଟ ନମ୍ବର ୭୩‌‌ରେ ରହୁଥିବା ଠିକାଦାର ସଚ୍ଚିଦାନନ୍ଦ ପାତ୍ରଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଆଜି ରାତି ପ୍ରାୟ ୯ଟା ବେଳେ କେତେକ ଦୁର୍ବୃତ୍ତ ବାଇକ୍‌‌ରେ ଆସି ତାଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ କରିଛନ୍ତି। ତେବେ ଗଲା ବେଳେ ସେମାନେ ପରିବାରବର୍ଗଙ୍କୁ ଧମକ ଦେଇ କହିଥିଲେ ଯେ ‘ଏହା କେବଳ ଚେତାବନୀ’ ଥିଲା। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ କେବଳ ସୁତୁଲି ଓ ଗୋଡ଼ି ଜବତ କରିଛି। ତେବେ ବୋମାମାଡ଼ରେ କିଛି କ୍ଷତି ହୋଇନଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ ସ୍ପଷ୍ଟ କରିଛି। କିଏ ବୋମାମାଡ଼ କରିଛି, ଜଣାପଡ଼ି ନଥିଲେ ହେଁ ଦାଦାବଟିକୁ ନେଇ ହୋଇଥିବା ଅନୁମାନ କରାଯାଉଛି। ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି। ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ଆଶଙ୍କା‌ରେ ପରିବାରବର୍ଗଙ୍କୁ ମଧ୍ୟ ପୁଲିସ୍‌ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର