ଭୁବନେଶ୍ୱର : ରାଜଧାନୀରେ ପୁଣି ଫୁଟିଲା ବୋମା। କିଛିଦିନର ବ୍ୟବଧାନ ପରେ ଆଜି ପୁଣି ରାଜଧାନୀର ଶିଶୁଭବନ ଛକରେ ହୋଇଛି ବୋମାମାଡ଼।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଶିଶୁଭବନ ଛକରେ ଥିବା ଫୁଡ୍ ଜଙ୍କସନ ଉପରେ ଆଜି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ଫୁଡ ସଙ୍କସନ ଉପରେ ୨ଟି ବୋମା ପକାଇ ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ ଦୋକାନ ମ୍ୟାନେଜର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ବୋମାମାଡ଼ ଫଳରେ ଫୁଡ୍ ଜଙ୍କସନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।
ସୂଚନାଯୋଗ୍ୟ ଯେ, ଗତ ମାସ ୨୬ ତାରିଖ ଦିନ ଭୁବନେଶ୍ୱରରେ ଥିବା ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଉପରେ ବୋମାମାଡ଼ ହୋଇଥିଲା। ବୋମାଟି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହେବା ଫଳରେ କାହାର କିଛି କ୍ଷୟକ୍ଷତି ହୋଇନଥିଲା। ତେବେ ଏହି ଘଟଣା ମନରୁ ନ ଲିଭୁଣି ପୁଣି ଆଜି ରାଜଧାନୀରେ ଘଟିଛି ବୋମାମାଡ଼। ବାରମ୍ବାର ରାଜଧାନୀରେ ବୋମାମାଡ଼ ଘଟଣାକୁ ନେଇ ଏବେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲାଣି।