ଧଉଳି: ଧଉଳି ଥାନା ଅଧୀନ ୨୯ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟଙ୍କ ବାସ ଭବନ ନିକଟରୁ ମଙ୍ଗଳବାର ଅପରାହ୍ଣରେ ଏକ ଅଫୁଟା ବୋମା ଜବତ ହୋଇଛି। ଏହା ଜାଣିବା ପରେ ତାଙ୍କ ସ୍ୱାମୀ ସୁବାସ ସୁନ୍ଦରାୟ ଧଉଳି ଥାନା ଓ ଜୋନ୍ର ଏସିପିଙ୍କୁ ଜଣାଇଥିଲେ। ଖବର ପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଟିକୁ ଜବତ କରିଥିଲେ। ଏ ସଂପର୍କରେ ଶ୍ରୀ ସୁନ୍ଦରାୟ ମଧ୍ୟ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧଉଳି ଥାନା କେସ୍ ନମ୍ବର ୫୯ ରେ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁଯାୟୀ ସୁବାସ କିଛିଦିନ ହେଲା ଦେଶ ବାହାରକୁ ଯାଇଥିଲେ। ମଙ୍ଗଳବାର ଘରକୁ ଫେରିଥିଲେ। ତାଙ୍କ ନିର୍ମାଣାଧୀନ ଘର ନିକଟ ବଗିଚା ପରିସରର ଏକ ସପେଟା ଗଛ ମୂଳରେ ପଡ଼ିଥିବା ବୋମାଟିକୁ ପ୍ରଥମେ ତାଙ୍କର ଘର ଜଗୁଆଳି ଓ ଏଠାକୁ ଖେଳିବାକୁ ଆସୁଥିବା ପିଲାମାନେ ଦେଖି ତାଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କ ସହିତ ତାଙ୍କର ବିବାଦ ରହିଛି। ପୂର୍ବରୁ ତାଙ୍କୁ ଧମକ ବି ମିଳିଥିଲା। ବିରୋଧୀ ଗୋଷ୍ଠୀ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ସୁନ୍ଦରାୟ ଅଭିଯୋଗ କରିଛନ୍ତି।
ଜିଲ୍ଲା ପରିଷଦ ସଭ୍ୟାଙ୍କ ଘର ନିକଟରୁ ବୋମା ଜବତ
/sambad/media/post_attachments/wp-content/uploads/2018/05/balianta-boma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)