ତିନି ଦିନ ମଧ୍ୟରେ ବମିଖାଲ ଓଭରବ୍ରିଜ୍ ସର୍ଭିସ୍ ରୋଡ୍ ଖୋଲିବ

ବମିଖାଲ ଓଭରବ୍ରିଜ୍ ନିର୍ଯାତନାରୁ ରାଜଧାନୀବାସୀଙ୍କୁ ଖୁବ୍ ଶୀଘ୍ର ସାମାନ୍ୟ ଆଶ୍ବସ୍ତି ମିଳିବ। ହକି ବିଶ୍ବକପ୍‌ ପୂର୍ବରୁ ଓଭରବ୍ରିଜ୍‌ର ଦୁଇ ପାର୍ଶ୍ବରେ ଗାଡ଼ି ଚଳାଚଳ କରିବ। ଏଥିପାଇଁ ସନ୍ତୋଷୀ ମା’ ମନ୍ଦିର ପାର୍ଶ୍ବରେ ସର୍ଭିସ୍‌ ରୋଡ୍‌ରେ ନିର୍ମାଣ ହେଉଥିବା କଲଭର୍ଟ ଏବଂ ରାସ୍ତା କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଦୁଇ ତିନି ଦିନ ମଧ୍ୟରେ ଏହି ରାସ୍ତା ଖୋଲିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଏହି ରାସ୍ତା ଖୋଲିବା ପରେ ଏକାମ୍ର ଟକିଜ୍ ପାର୍ଶ୍ବ ରାସ୍ତା ଦିନକରେ ମରାମତି କରାଯିବ। ଏହାଦ୍ବାରା ଯାତାୟାତରେ କୌଣସି ସମସ୍ୟା ହେବନି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର