‘ଏକା ଏକା‌ ବର୍ଷା ମିଶ୍ର’ ଉନ୍ମୋଚିତ

ଭୁବନେଶ୍ବର: କବି ଅଭିରାମ ଦାସଙ୍କ କବିତା ସଂକଳନ ‘ଏକା ଏକା ବର୍ଷା ମିଶ୍ର’ ଆଜି ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି। କବିତା ହେଉଛି ମଣିଷର ସବୁଠୁ ଅନ୍ତରଙ୍ଗ ଅଭିବ୍ୟକ୍ତି ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ପକ୍ଷୀଘର ପ୍ରକାଶନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ପ୍ରସନ୍ନ ମହାନ୍ତି ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, କବି ଫନୀ ମହାନ୍ତି, ବିଶିଷ୍ଟ କଥାକାର ଅଜୟ ସ୍ବାଇଁ ପ୍ରମୁଖ ଯୋଗଦେଇ ମତ ରଖିଥିଲେ। ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକା‌ଶକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ସଂପାଦନା କରିଥିବା ବେଳେ ଦିଲ୍ଲୀପ ବିଶ୍ବାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର