ସହିଦ ପରିବାରକୁ ‘ବୁକ୍‌ବସ୍‌’ ପକ୍ଷରୁ ୫୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ

ଅନ୍‌ଲାଇନ୍‌ ବସ ସେବା ‘ବୁକ୍‌ବସ୍‌’ର ଯାତ୍ରୀ ପ୍ରତୀକ୍ଷା କକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର: ଅନ୍‌ଲାଇନ୍‌ ବସ୍‌ ଟିକେଟ ବୁକିଂ ସେବା ‘ବୁକ୍‌ବସ୍‌’ ପକ୍ଷରୁ ସହିଦ ପରିବାରକୁ ୫୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରାଯାଇଛି। ସଂସ୍ଥା ପକ୍ଷରୁ ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରସନ୍ନ ସାହୁଙ୍କ ପୁଅ ଗଗନ ସାହୁଙ୍କୁ ୫୦ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଛି। ସଂସ୍ଥା ଦ୍ୱାରା ଯାତ୍ରୀ ପ୍ରତୀକ୍ଷା କକ୍ଷ ତଥା ଗ୍ରାହକ ସେବା କେନ୍ଦ୍ର ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଛକରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ସେବାକୁ ଆଇନଜୀବୀ ପ୍ରବୀର ଦାସ, କିନ୍ନର ସାମାଜିକ କର୍ମୀ ମାଧୁରୀ ମା’ ଓ ବୁକ୍‌ବସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସେଠୀ ଏହାର ଉଦ୍‌ଘାଟନ କରିଛନ୍ତି।

ଶ୍ରୀ ସେଠୀ ଏଅବସରରେ କହିଛନ୍ତି, ବସ୍‌ ପରିବହନ ସେବାକୁ ଡିଜିଟାଲ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ୨୦୧୭ରେ ‘ବୁକ୍‌ବସ୍‌’ ପକ୍ଷରୁ ଏହି ବସ୍‌ ଟିକେଟ୍‌ ବୁକିଂ ଆପ୍‌ ଆରମ୍ଭ କରାଯାଇଥିଲା। ଏହି ଆପ୍‌ ବସ୍‌ ମାଲିକମାନଙ୍କୁ ସେମାନଙ୍କର ସିଟ୍‌ ତାଲିକା ମହଜୁଦ୍‌ ରଖିବା ଓ ଟିକେଟ ବିକ୍ରି ସୁନିଶ୍ଚିତ କରାଇବାରେ ସହାୟକ ହେଉଥିବା ବେଳେ ଏହାର ସ୍ୱଚ୍ଛ ପ୍ରକ୍ରିୟା ବସ୍‌ ମାଲିକମାନଙ୍କ କ୍ଷତି କମାଇପାରୁଛି। ଏହାବ୍ୟତୀତ ଏହି ଆପ୍‌ ବ୍ୟବହାରକାରୀ ସହଜରେ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ବସ୍‌ ଚୟନ କରିପାରୁଛନ୍ତି। ବସ୍‌ କାଉଣ୍ଟରକୁ ନଦୌଡ଼ି ଘରେ ବସି ଅନ୍‌ଲାଇନ୍‌ ପେମେଣ୍ଟ ଦ୍ୱାରା ନିଜ ପସନ୍ଦର ସିଟ୍‌ ବୁକିଂ କରାଯାଇପାରୁଛି। ‘ବୁକ୍‌ବସ୍‌’ର ଗ୍ରାହକଙ୍କୁ ଅଧିକ ଉନ୍ନତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପ୍ରତୀକ୍ଷା କକ୍ଷ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ଏହା କେବଳ ଶିକ୍ଷିତ ବ୍ୟକ୍ତିଙ୍କୁ ଆପ୍‌ ମାଧ୍ୟମରେ ଟିକେଟ୍‌ ବୁକିଂ କରିବାରେ ସାହାଯ୍ୟ କରିବନି ବରଂ ଏହା ଏକ ଯାତ୍ରୀ କକ୍ଷ ତଥା ପ୍ରତୀକ୍ଷା ସ୍ଥଳ ଭାବେ କାର୍ଯ୍ୟ କରିବ।

ମହିଳା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ କରିବା ସହ ଅନ୍ୟ ଅନ୍‌ଲାଇନ୍‌ ବସ୍‌ଟିକେଟ ବୁକିଂ ସଂସ୍ଥାଠାରୁ ଶସ୍ତା, ସୁଲଭ, ନିରାପଦ ଓ ସୁରକ୍ଷିତ ସେବା ବୁକ୍‌ବସ୍‌ ପ୍ରଦାନ କରୁଛି। ଏହା ସହିତ ସାଧାରଣ ବର୍ଗଙ୍କ ପାଇଁ ରିହାତି ମୂଲ୍ୟରେ ସ୍ୱଳ୍ପ ଦୂରଗାମୀ ବସ୍‌ ପାଇଁ ମଧ୍ୟ ଟିକେଟ ବୁକିଂ ସେବା ପ୍ରଦାନ କରିବ। ଯାତ୍ରୀ ପ୍ରତୀକ୍ଷା କକ୍ଷର ଉଦ୍‌ଘାଟନ ଅବସରରେ ସାମ୍ବାଦିକ ଦିଲୀପ ମିଶ୍ର ଓ ବସ୍‌ ମାଲିକ ଅଜୟ ସ୍ୱାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର