ଭୁବନେଶ୍ବର: କବି ଗୋଦାବରୀଶ ମହାପାତ୍ରଙ୍କ ୧୨୪ତମ ଜୟନ୍ତୀ, ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ୫୯ତମ ତିରୋଧାନ ଦିବସ, ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ମହେଶ ଚନ୍ଦ୍ର ସୁବାହୁ ସିଂହଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ୧୦୯ତମ ଜୟନ୍ତୀ ଓ ସମ୍ବଲପୁରୀ ଦିବସ ପାଳନ ଅବସରରେ ଆଜି ରାଜ୍ୟ ଗ୍ରନ୍ଥାଗାର ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଭାଗର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକ ପ୍ରଦର୍ଶନୀ ସହ ପୁସ୍ତକ ସମୀକ୍ଷା ମଧ୍ୟ ହୋଇଥିଲା। ଗ୍ରନ୍ଥାଗାରିକ ରୁଦ୍ରପ୍ରସାଦ ବେହେରା, ପଦ୍ମନାଭ ଜେନା, ବିଦ୍ୟାଧର ପଣ୍ଡା, ସଲିତା ପାତ୍ର, ଉପେନ୍ଦ୍ର ମୁଦୁଲି, ଅଜୟ ନନ୍ଦ, ନିରୁପମା ବେହେରା ପ୍ରମୁଖ ବରପୁତ୍ରମାନଙ୍କ ଜୀବନ ଦର୍ଶନ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। କଣ୍ଠମଣି ବିଶ୍ବାଳ ଧନ୍ୟବାଦ ଦେଇଥିଲେ।