ସାଂସଦଙ୍କୁ ପୁସ୍ତକ ଉପହାର

ଭୁବନେଶ୍ବର : ନୂଆ ବ‌ର୍ଷ ପାଳନ ଅବ୍ୟବହିତ ପୂର୍ବରୁ ପୁସ୍ତକ ‘ଯୋଗୀର ସଂସାର’କୁ ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି ପୁସ୍ତକର ଲେଖକ ଭରତଚନ୍ଦ୍ର ନାଥ। ଶ୍ରୀ ନାଥ ଆଜି ‘ସମ୍ବାଦ ଭବନ’ରେ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ନବବର୍ଷର ଅଭିନନ୍ଦନ ଜଣାଇବା ସହ ଏହି ପୁସ୍ତକ ଭେଟି ଦେଇଛନ୍ତି। ଅକ୍ଟୋବର ମାସରେ ଲୋକାର୍ପିତ ହୋଇଥିବା ଏହି ପୁସ୍ତକରେ ବେଦ ବେଦାନ୍ତର ସାରତତ୍ତ୍ବକୁ ଭୌତିକ ଓ ଜୀବ ବିଜ୍ଞାନର ମୌଳିକ ତତ୍ତ୍ବ ସହିତ ସମ୍ବନ୍ଧ ସ୍ଥାପନ କରାଯାଇ ମନୁଷ୍ୟ ଯଶସ୍ବୀ ହେବାର ସୂତ୍ର ପ୍ରଦାନ କରାଯାଇଛି। ୨୭ ବର୍ଷ ବେଦ-ବେଦାନ୍ତ ଅଧ୍ୟୟନ କରିବା ପରେ ୧୩ ବର୍ଷ ଧରି ସେ ଏହି ପୁସ୍ତକକୁ ଲେଖିଛନ୍ତି।

ସମ୍ବନ୍ଧିତ ଖବର