ଶ୍ରେଷ୍ଠ ଧର୍ମ ଆଲୋଚନାପୁସ୍ତକ ଭାବରେ ‘କୃଷ୍ଣ ବନ୍ଦେ ଜଗଦଗୁରୁ’ ପୁରସ୍କୃତ

ଭୁବନେଶ୍ୱର : କଳିଙ୍ଗ ପୁସ୍ତକ ମେଳାରେ ଧର୍ମ ଆଲୋଚନାମୂଳକ ପୁସ୍ତକ ଶ୍ରେଣୀରେ ‘କୃଷ୍ଣ ବନ୍ଦେ ଜଗଦ×ଗୁରୁ’କୁ ଶ୍ରେଷ୍ଠ ପୁସ୍ତକ ରୂପେ ପୁରସ୍କୃତ କରାଯାଇଛି। ଏହି ଅବସରରେ ଏହାର ଲେଖକ ଯାଜପୁର ଜିଲା ନାନପୁର ଗ୍ରାମର ଗୟାଧର ଶତପଥୀଙ୍କୁ ସମ୍ମାନିତ ଅତିଥି ବିଧାୟକ ଅମର ପ୍ରସାଦ ଶତପଥୀ, ଅଧ୍ୟାପକ ବିଶ୍ୱରଞ୍ଜନ, ସାହିତିକ ସାତକଡ଼ି ହୋତା ପ୍ରମୁଖ ପୁରସ୍କାର, ମାନଫଳକ, ଉରୀୟ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ବହିଟି ଅତନ୍ତ ସୁଖପାଠ୍ୟ ହେବା ସହିତ ଏଥିରେ ଗଭୀର ସାମାଜିକ ଅଙ୍ଗୀକାର ରହିଥିବା ଆୟୋଜକ ତଥା ଚୟନର୍କାଗଣ ଏହି ଅବସରରେ ପ୍ରକାଶ କରିଛନ୍ତି। ପୁରସ୍କାର ଗ୍ରହଣ ଅବସରରେ ଲେଖକ ସମସ୍ତ ଅତିଥି ଓ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର