‘ଖଣ୍ଡିତ ଜହ୍ନର ଲୁହ’ ଉନ୍ମୋଚିତ

ଭୁବନେଶ୍ୱର : ଏଥେନା ବୁକ୍ସ୍‍ ପ୍ରକାଶନୀ ପକ୍ଷରୁ ଗାଳ୍ପିକ ସୂର୍ଯ୍ୟମଣି ତ୍ରିପାଠୀଙ୍କର ଗଳ୍ପ ସଂଗଳନ ‘ଖଣ୍ଡିତ ଜହ୍ନର ଲୁହ’ ଆଜି କମିସନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫୁଲ୍ଲ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୁସ୍ତକର ପ୍ରକାଶକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଦେବାଶିଷ ମହାପାତ୍ର ସଭା ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର