ଭୁବନେଶ୍ୱର : ଅଧ୍ୟାପକ କୁଳମଣି ଜେନାଙ୍କ ଦ୍ୱାରା ଲିଖିତ ସମାଲୋଚନା ପୁସ୍ତକ ‘ମାର୍କ୍ସବାଦ ଓ ଉତ୍ତର ଆଧୁନିକତାବାଦ’ ରବିବାର ଅପରାହ୍ଣରେ ସାମ୍ୟବାଦୀ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ନାଟ୍ୟକାର ରମେଶ ପାଣିଗ୍ରାହୀ, ରାଜନୈତିକ ବିଶ୍ଳେଷକ ଜନାର୍ଦ୍ଦନ ପତି ଓ ସମାଜସେବୀ ବାଣୀ ଦେବୀଙ୍କ କରକମଳରେ ଏହି ପୁସ୍ତକଟି ଉନ୍ମୋଚିତ ହୋଇଥିଲା। ପୁସ୍ତକଟିର ସମୀକ୍ଷା କରି ରମେଶ ପାଣିଗ୍ରାହୀ କହିଲେ, ଓଡ଼ିଆ ସାହିତ୍ୟରେ ଏହା ଏକ ବିରଳ ପୁସ୍ତକ। ଏହାରକୁ ପ୍ରତ୍ୟେକ ସଚେତନ ପାଠକ ପଢ଼ିବା ଆବଶ୍ୟକ। ଉତ୍ତର ଆଧୁନିକତାବାଦର ମାର୍କ୍ସବାଦ ବିରୋଧରେ ସମସ୍ତ ଆକ୍ରମଣକୁ ପୁସ୍ତକରେ ପ୍ରତିହତ କରାଯାଇଛି ବୋଲି ଶ୍ରୀ ପତି କହିଥିଲେ। ବିଶ୍ୱପୁଞ୍ଜିର ପ୍ରକୃତି ଓ ମାନବିକତାକୁ ଧ୍ୱଂସ କରିବାର ସମସ୍ତ ଉଦ୍ୟମକୁ ଏକମାତ୍ର ମାର୍କ୍ସବାଦ ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ବୋଲି ସେ ମତ ଦେଇଥିଲେ। ଏହି ସଭାରେ ସଭାପତିତ୍ୱ କରି ଆରୋହଣର ସମ୍ପାଦକ ପୁସ୍ତକଟିରେ ଜଟିଳ ଦର୍ଶନକୁ ସରଳ ଭାଷାରେ ବୁଝାଯାଇଛି ବୋଲି କହିଥିଲେ। ପ୍ରାରମ୍ଭରେ ବସନ୍ତ ମାଝି ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ତର୍ଯ୍ୟାମୀ ରଥ।
ଉନ୍ମୋଚିତ ହେଲା ‘ମାର୍କ୍ସବାଦ ଓ ଉତ୍ତର ଆଧୁନିକତାବାଦ’
/sambad/media/post_attachments/wp-content/uploads/2018/02/chitra-madam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)