‘ଜ୍ୟୋତ୍ସ୍ନାର ପଣତ’ ଲୋକାର୍ପିତ

ଭୁବନେଶ୍ୱର : ଆଇଟିଇଆର କଲେଜ ପରିସରରେ ଥିବା ବାଂଶୁରୀଗୁରୁ ପ୍ରେକ୍ଷାଳୟରେ ମାତୃସ୍ମରଣ ସାରସ୍ୱତ ଉତ୍ସବ ଅବସରରେ ସାହିତ୍ୟିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ‘ଜ୍ୟୋତ୍ସ୍ନାର ପଣତ’ ନାମକ ଏକ ଚେତନା ଉଦ୍ରେକକାରୀ ପତ୍ରିକା ଉନ୍ମୋଚନ କରିଥିଲେ।

ଜ୍ୟୋତ୍ସ୍ନା ଚାରିଟେବଲ ଟ୍ରଷ୍ଟ ପ୍ରାୟୋଜିତ ଏହି ସଭାରେ ଟ୍ରଷ୍ଟର ପ୍ରତିଷ୍ଠାତା ବାସୁଦେବ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ସଭାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ, ପ୍ରଫେସର୍‌ ଡ. ସଂଘମିତ୍ରା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମାତୃ ଋଣ ପରିଶୋଧ ପାଇଁ ମାତୃ ଉପାସନାର ଏଭଳି ଅଭିନବ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଶରଣାବିନ୍ଦ ଓଝା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡ. ଭବାନୀ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମାଜ ପାଇଁ ଏକାନ୍ତ ଉପଯୋଗୀ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର