ରାଜ୍ୟପାଳଙ୍କ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ଲୋକାର୍ପିତ

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁସ୍ତକ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ଆଜି ଲୋକାର୍ପିତ ହୋଇଯାଇଛି। ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ରାଜଭବନରେ ଲୋକାର୍ପଣ କରିଥିଲେ। ଆଗାମୀ ଦିନରେ ପୁସ୍ତକଟି ଇ-କମର୍ସ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପ୍ରକାଶକ ବନୋଜ ତ୍ରିପାଠୀ, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର