‘ମୋ ଆଶା’ର ପୂଜାସଂଖ୍ୟା ଉନ୍ମୋଚିତ

ଭୁବନେଶ୍ବର : ପବିତ୍ର ଦୀପାବଳି ଅବସରରେ ନିମାପଡ଼ା ଲିଟିଲ୍‌ ଷ୍ଟାର୍‌ ଗ୍ରୁପ୍‌ର ତ୍ରୟମାସିକ ଶିଶୁ କିଶୋର ପତ୍ରିକା ‘ମୋ ଆଶା’ର ପୂଜା ସଂଖ୍ୟା ଆଜି ‘ସମ୍ବାଦ ଭବନ’ ପରିସରରେ ଉନ୍ମୋଚିତ ହୋଇଯାଇଛି। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ‘ମୋ ଆଶା’ର ପତ୍ରିକାର ସମ୍ପାଦକ ସୁମନ୍ତ ମହାରଣା ଏବଂ ସଂଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ପତ୍ରିକାକୁ ଉନ୍ମୋଚନ କରିଥିଲେ।

ସୂଚନାଯୋଗ୍ୟ ଯେ ସୁମନ୍ତ ମହାରଣା ଜଣେ ଭିନ୍ନକ୍ଷମ ‌ହୋଇଥିଲେ ମଧ୍ୟ ଦୀର୍ଘ ୧୫ବର୍ଷ ଧରି ଲିଟିଲ୍‌ ଷ୍ଟାର୍‌ ଗ୍ରୁପ୍‌ ମାଧ୍ୟମରେ ପିଲାମାନଙ୍କ ପାଇଁ ନାନାବିଧ କାର୍ଯ୍ୟ କରିବା ସହ ‘ମୋ ଆଶା’ ପତ୍ରିକା ନିୟମିତ ପ୍ରକାଶ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର