ଅମଜଦ୍‌ ନଜିମ୍‌ଙ୍କ ‘କୁଲିୟାତ୍‌ ଏ ନଜ୍‌ମି’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶା ଉର୍ଦ୍ଦୁ ଏକାଡେମି ପକ୍ଷରୁ ‘ଏକବଂଶ ଶତାବ୍ଦୀରେ ଉର୍ଦ୍ଦୁ ସାହିତ୍ୟର ବିଭିନ୍ନ କଳା’ ପ୍ରସଙ୍ଗରେ ଜାତୀୟ ଆଲେଚନାଚକ୍ର ଓ ବଶିଷ୍ଟ ଉର୍ଦ୍ଦୁ କବି ଅମଜଦ୍‌ ନଜିମ୍‌ଙ୍କ କୁଲିୟାତ୍‌ ଏ ନଜ୍‌ମି ପୁସ୍ତକ ଲୋକାର୍ପିକ ହୋଇଯାଇଛି। ସଂସ୍କୃତ ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟମ୍ରରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏକାଡେମି ସମ୍ପାଦକ ଡ. ସୟଦ ମୁସିର ଆଲମ ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରଫେସର କରାମତ ଅଲ୍ଲୀ କରାମତ ଆଲୋଚନାଚକ୍ର ପରିଚାଳନା କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ଦଶ ଜଶ ବିଶିଷ୍ଟ ଉର୍ଦ୍ଦୁ ଲେଖକ ଆଲୋଚନାଚକ୍ରରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର